Latest Odisha News

BREAKING NEWS

ଆସନ୍ତାକାଲି ଘୋଷଣା ହେବ +୨ ପରୀକ୍ଷା ତାରିଖ

ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ବୁଧବାର ଅପରାହ୍ନ ୩.୩୦ରେ ବାର୍ଷିକ ଯୁକ୍ତ ୨ ପରୀକ୍ଷା ୨୦୨୬ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିବାକୁ ଯାଉଛି।

ଫେବୃଆରୀ ୧୫ ରୁ ୨୫ ମଧ୍ୟରେ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ଚାରୋଟି ଷ୍ଟ୍ରିମର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ।

ସିଏଚଏସଇ ପୂର୍ବରୁ ନଭେମ୍ବର ୨୯ ସୁଦ୍ଧା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ସେମାନଙ୍କ ପରୀକ୍ଷା କେନ୍ଦ୍ରରେ ସିସି ଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲା। ନିର୍ଦ୍ଦେଶାବଳୀ ଅନୁଯାୟୀ, କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ, ପରୀକ୍ଷା ହଲ୍ ଏବଂ ସେଲ୍ଫ ଫାଇନାନସିଂ କଲେଜଗୁଡ଼ିକର ଲବୋରାଟୋରିରେ ସିସିଟିଭି ନିରୀକ୍ଷଣ ବାଧ୍ୟତାମୂଳକ ହେବ।

 

Comments are closed.