Latest Odisha News

BREAKING NEWS

ହିଞ୍ଜିଳିରୁ ଆରମ୍ଭ ହେଲା ନବୀନଙ୍କ ପ୍ରଚାର, ବିରୋଧିଙ୍କୁ କଲେ ଟାର୍ଗେଟ

ହିଞ୍ଜିଳି: ଆଗକୁ ନିର୍ବାଚନ ଥିବା ବେଳେ ଆଜି ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ନବୀନ ପଟ୍ଟନାୟକ । ନିର୍ବାଚନ ପ୍ରଚାର ପାଇଁ ନିଜ ନିର୍ବାଚନ କ୍ଷେତ୍ର ହିଞ୍ଜିଳିରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଏବଂ ଗଞ୍ଜାମରୁ ପ୍ରାର୍ଥୀ ହୋଇଥିବା ସମସ୍ତ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ମଧ୍ୟ ଉପସ୍ଥିତ ଅଛନ୍ତି ।

ଭୁବନେଶ୍ୱରରୁ ବାହାରିବା ପରେ ପ୍ରଥମେ ଶଙ୍କର ଆଇ ହସ୍ପିଟାଲ ହେଲିପ୍ୟାଡରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପରେ ସମରଝୋଳ ଜନସଭାକୁ ଯାଇଥିଲେ। ହିଞ୍ଜିଳି ସମରଝୋଳରେ ଆୟୋଜିତ ଜନସଭାରେ ହିଞ୍ଜିଳିବାସୀଙ୍କୁ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ । ହିଞ୍ଜିଳି ପରେ ଶେରଗଡରେ ଆଉ ଏକ ବିଶାଳ ଜନସମାବେଶକୁ କରିବେ ସମ୍ବୋଧନ ନବୀନ ।

ଜନସଭାକୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ, ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ମୁଁ ଚିର ଋଣୀ । ଓଡ଼ିଶାର ସାଢେ ୪ କୋଟି ଓଡ଼ିଆ ମୋର ପରିବାର । ଏମାନଙ୍କ ପାଇଁ ମୁଁ କାମ କରି ଚାଲିଛି ଏବଂ ଶେଷ ଯାଏଁ କରିବି । ୨୦୩୬ ସୁଦ୍ଧା ଓଡ଼ିଶା ଏକ ନମ୍ବର ରାଜ୍ୟ ହେବ । ଏଥିସହ ଯୋଡ଼ି ଶଙ୍ଖ ବିକାଶର ପରିଚୟ ଏବଂ ଓଡ଼ିଶାର ପରିଚୟ ବୋଲି କହି ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି ନବୀନ ପଟ୍ଟନାୟକ ।

ହିଞ୍ଜିଳିରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିରୋଧୀ ଦଳ ଗୁଡିକ ସବୁ କଥାରେ ରାଜନୀତି କରୁଛନ୍ତି। ବିକାଶକୁ ବିରୋଧ କରି ଆସୁଛନ୍ତି। ଅପ ପ୍ରଚାର କରୁଛନ୍ତି। ସବୁ କ୍ଷେତ୍ରରେ ଏମାନେ ବିକାଶ ବିରୋଧୀ। ଓଡ଼ିଶାବାସୀ ଭଲ ଭାବରେ ଜାଣିଛନ୍ତି ବିରୋଧୀଙ୍କ ଅସଲ ରୂପ । ବିକାଶକୁ ବିରୋଧ କରି କେହି କେବେ ସଫଳ ହୋଇନାହିଁ। ଏହି ନିର୍ବାଚନର ଓଡ଼ିଶା ବିଧାନସଭାରେ ବିପୁଳ ବିଜୟ ହାସଲ କରିବ ବିଜେଡି। ଲୋକସଭାରେ ବହୁତ୍ ଭଲ କରିବ। ଯୋଡି ଶଙ୍ଖ ଓଡ଼ିଶାର ବିକାଶର ପରିଚୟ । ଯୋଡି ଶଙ୍ଖଙ୍କୁ ଆଶିର୍ବାଦ କରନ୍ତୁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

Leave A Reply

Your email address will not be published.