Latest Odisha News

BREAKING NEWS

ବାତ୍ୟା ବିପର୍ଯ୍ୟସ୍ତ ପୁରୀ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ବ୍ୟାତ୍ୟାରେ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇପଡ଼ିଥିବା ପୁରୀ ଜିଲ୍ଲା ଲାଗି ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ମେ ୩ ତାରିଖ ଦିନ ଓଡ଼ିଶାରେ ଯେଉଁ ପ୍ରଳୟଙ୍କରୀ ବାତ୍ୟା ହୋଇଥିଲା ସେଥିମଧ୍ୟରେ ପୁରୀ ଜିଲ୍ଲାରେ ଅଧିକ ମାତ୍ରରେ ବିପର୍ଯ୍ୟୟ ଘଟିଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମ୍ନଲିଖିତ ପ୍ୟାକେଜ୍ ପୁରୀ ଜିଲ୍ଲାର ବାତ୍ୟା ପ୍ରପୀଡ଼ିତ ପରିବାରଙ୍କ ଲାଗି ଘୋଷଣା କରିଛନ୍ତି ।

– ପ୍ରତ୍ୟେକ ପରିବାରକୁ ୨.୫ ଲିଟର କିରୋସିନ ସମ୍ପୂର୍ଣ୍ଣ ମାଗଣାରେ ୧୦ ଦିନ ଲାଗି ଯାଗାଇ ଦିଆଯିବ ।

– ବାତ୍ୟା ପ୍ରଭାବିତ ଅଞ୍ଚଳରେ ୧୦ ଲକ୍ଷ ମହମବତୀ ଯୋଗାଇ ଦିଆଯିବ ।

– ବାତ୍ୟା କ୍ଷତିଗ୍ରସ୍ତ ଜନସାଧାରଣଙ୍କ ପାଖରେ ରେସନ କାର୍ଡ଼ ଥାଉ ବା ନଥାଉ ସେମାନଙ୍କୁ ୫୦ କେଜି ଲେଖାଏଁ ଚାଉଳ ଯୋଗାଇ ଦିଆଯିବ ।

– ଆସନ୍ତା ୨ ମାସ ଲାଗି ସମ୍ପୂର୍ଣ୍ଣ ମାଗଣାରେ ସାନିଟାରୀ ନାପକିନ ଯୋଗାଇ ଦିଆଯିବ ।

ବିଦ୍ୟୁତ ସେବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ ସୂଚନାଦେଇ କହିଛନ୍ତି, ଜିଲ୍ଲାକୁ ବିଦ୍ୟୁତ ସେବା ଯୋଗାଇ ଆସୁଥିବା ୩ଟି ଗ୍ରିଡ଼ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇ କ୍ଷତିଗ୍ରସ୍ତ ହୋଇପଡ଼ିଛି । ସେହି ୩ଟି କ୍ଷତିଗ୍ରସ୍ତ ଗ୍ରୀଡ଼ ମଧ୍ୟରୁ ଗୋଟିଏକୁ ସଜାଡ଼ି ଦିଆଯାଇଛି । “ଆଜି ରାତିରୁ ପୁରୀ, କୋଣାର୍କ ଓ ନିମାପଡ଼ା ସହରରେ ବିଦ୍ୟୁତ ସେବା କାର୍ଯ୍ୟକ୍ଷମ ହେବ । ବିଦ୍ୟୁତ ଶକ୍ତିକୁ ପୁନର୍ବାର ଚାଲୁ କରିବାକୁ ରାତିଦିନ ୨୪ ଘଣ୍ଟା ଲଗାଇ ପ୍ରାୟ ୧୦,୦୦୦ ବିଦ୍ୟୁତ କର୍ମଚାରୀ ପୁନଃରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସମଗ୍ର ଜିଲ୍ଲାରେ ଯଥାଶିଘ୍ର ବିଦ୍ୟୁତ ସେବା ପୁନର୍ବାର ଚାଲୁ କରାଯିବା ଲାଗି ସାଧ୍ୟମତେ ଉଦ୍ୟମ ଜାରି ରହିଛି,” ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.