Latest Odisha News

BREAKING NEWS

‘ବିଶ୍ୱକପ୍ ହକି ଉଦଘାଟନୀ ସମାରୋହ’ର ପ୍ରଥମ ଟିକେଟ କିଣିଲେ ଓଡିଶା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ବିଶ୍ୱ କପ୍ ହକିର ଉଦଘାଟନୀ ଉତ୍ସବର ପ୍ରଥମ ଟିକେଟ କିଣିଛନ୍ତି ।

‘ହକି ଇଣ୍ଡିଆ’ର ସିଇଓ ଏଲେନା ନୋର୍ମାନ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ହକିର ପ୍ରତିକାତ୍ମକ ଟିକେଟ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଟିକେଟ ମୂଲ୍ୟ ବାବଦକୁ ୫ଶହ ଟଙ୍କା ଦେଇଥିଲେ ।

ଏହି ଉଦଘାଟନୀ ଉତ୍ସବ ନଭେମ୍ବର ୨୭ ତାରିଖରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ଏବଂ କଟକ ବାରବାଟୀ ଷ୍ଟାଡ଼ିୟମରେ ନଭେମ୍ବର ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ବିଶ୍ୱକପ ହକି ଗ୍ରାଣ୍ଡ୍ ଅଦଘାଟନୀ ଉତ୍ସବର ଟିକଟ ଅନଲାଇନରେ ବିକ୍ରି ନଭେମ୍ବର ୨୦ରୁ ଆରମ୍ଭ ହେବ ବୋଲି ରବିବାର ଦିନ ‘ହକି ଇଣ୍ଡିଆ’ ଘୋଷଣା କରିଛନ୍ତି ।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଏଲେନା କହିଛନ୍ତି ଯେ, କୌଣସି କମ୍ଲିମେଣ୍ଟରୀ ଟିକେଟ ବା କୌଣସି ପାସ ମଧ୍ୟ ଉପଲବ୍ଧ ହେବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପରି ସମସ୍ତେ ଅନଲାଇନ ଜରିଆରେ ଟିକେଟ କିଣିପାରିବେ ।

ଇତି ମଧ୍ୟରେ ହକି ଇଣ୍ଡିଆର କତ୍ତୃପକ୍ଷ ରବିବାର ଦିନ ତାଙ୍କର ଅଫିସିଆଲ ଟ୍ୱିଟର ମାଧ୍ୟମରେ ଅନଲାଇନ ଟିକେଟ ବିକ୍ରି ନେଇ ଉଲ୍ଲେଖ କରାଯାଇଛି ।

ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ ମ୍ୟାଚ ଲାଗି ଅନଲାଇନରେ ପାଖାପାଖି ୧୦,୫୦୦ ଟିକଟ ଏବଂ କଟକ ବାରବାଟୀରେ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ ଉତ୍ସବ ଲାଗି ପ୍ରାୟ ୩୦,୦୦୦ ଟିକଟ ବିକ୍ରି ହେବା ସମ୍ଭାବନା ରହିଛି ।

ବିଶ୍ୱକପର ଏହି ଉଭୟ ଉଦଘାଟନୀ ଉତ୍ସବରେ କିମ୍ବଦନ୍ତୀ ବଲିଉଡ଼ ସଙ୍ଗୀତଜ୍ଞ ଏ ଆର୍ ରେହମାନ୍ ବଲିଉଡ଼ ସେଲେବ୍ରିଟି ଶାହରୁଖ ଖାନ ଏବଂ ଅନ୍ୟ ଷ୍ଟାରମାନଙ୍କ ସହିତ ସେ ସଙ୍ଗୀତ ପରିବେଷଣ କରିବାର କାର‌୍ୟ୍ୟକ୍ରମ ରହିଛି ।

ଏହି ଇଣ୍ଟରନେଟ୍ ସାଇଟ ମାଧ୍ୟମରେ ଟିକଟ ଏହି ଅନଲାଇନ ଟିକଟ ଉପଲବ୍ଧ ହେବ –http://ticketgenie.in/event/hwc-opening-ceremony.

ଅନଲାଇନରେ କିଣାଯାଇଥିବା ଗୁଡିକୁ ଦର୍ଶକମାନେ ନଭେମ୍ବର ୨୨ ତାରିଖ ଦିନ ୩ଟା ସମୟରେ କଳିଙ୍ଗ ଷ୍ଟାଡ଼ିୟମର ୪ ନଂ ଗେଟରୁ ତଥା ଭୁବନେଶ୍ୱରର ଅନ୍ୟ ସ୍ଥାନମାନଙ୍କରେ ଖୋଲିଥିବା କାଉଣ୍ଟରରୁ ପାଇପାରିବେ ।

Leave A Reply

Your email address will not be published.