Latest Odisha News

BREAKING NEWS

ପାତାଳୀ ଶ୍ରୀକ୍ଷେତ୍ର ଗୁମ୍ପାକୁ ରୋପ୍ ୱେ: ଯେଉଁଠି ୧୪୪ ବର୍ଷ ଧରି ଲୁଚି ରହିଥିଲେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ

ସମ୍ବଲପୁର: ସୋନପୁର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ପାତାଳୀ ଶ୍ରୀକ୍ଷେତ୍ରରେ ଓଡ଼ିଶା କନଷ୍ଟ୍ରକସନ କର୍ପୋରେସନ (ଓସିସି) ପକ୍ଷରୁ ରୋପ୍ ୱେ ଯୋଜନା କାର୍ଯ୍ୟକାରୀ କରିବାକୁ ଏକ ଟେଣ୍ଡର ବିଜ୍ଞପ୍ତି ଜାରି କରାଯିବାର ସୂଚନା ମିଳିଛି ।

ଏହି ଚାରିଟିକିଆ ଟ୍ରଲି ରୋପ୍ ୱେ ଯୋଜନାରେ ପ୍ରାୟ ୧୦.୨୭ କୋଟି ଟଙ୍କା ବ୍ୟୟ ହେବ ବୋଲି ଜଣାପଡ଼ିଛି ।

ଏସମ୍ପର୍କରେ ରବିବାର ଦିନ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ୱେଷ୍ଟର୍ଣ୍ଣ ଓଡ଼ିଶା ଡ଼େଭେଲପମେଣ୍ଟ କାଉନସିଲ୍ (ଡ଼ବ୍ଲ୍ୟୁଡ଼ିସି)ର ଚେୟାରମ୍ୟାନ କିଶୋର ମହାନ୍ତି ସୂଚନା ପ୍ରଦାନ କରିଛନ୍ତି ।

“ଏହି ରୋପ୍ ୱେ ତ୍ରିକୂଟ ପାହାଡ଼ର ୫୦୦ ମିଟର ଉଚ୍ଚରେ ଥିବା ମନ୍ଦିରରୁ ଯୋଗାଯୋଗ କରିପାରିବ । ଏହାଦ୍ୱାରା ଏହି ଅଞ୍ଚଳର ପର୍ଯ୍ୟଟନର ଅଭିବୃଦ୍ଧି ହେବା ସହିତ ପାହାଡ଼ୀ ରାସ୍ତାରେ ମନ୍ଦିରକୁ ଯିବାର ପ୍ରତିବନ୍ଧକ ମଧ୍ୟ ଦୂର ହୋଇପାରିବ,”ବୋଲି କହିଛନ୍ତି ଡ଼ବ୍ଲ୍ୟୁଡ଼ିସି ର ଚେୟାରମ୍ୟାନ କିଶୋର ମହାନ୍ତି ।

ମୁସଲମାନ ଆକ୍ରମଣକାରୀଙ୍କ ଦାଉରୁ ରକ୍ଷା ପାଇବା ଲାଗି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ସମସ୍ତ ବିଗ୍ରହ ଗୁଡ଼ିକୁ ଏହି ସୁଉଚ୍ଚ ତ୍ରିକୂଟ ପାହାଡ଼ରେ ଥିବା ଗୁମ୍ଫା ମଧ୍ୟରେ ଦୀର୍ଘ ୧୪୪ ବର୍ଷ ଧରି ଲୁଚାଯାଇ ରଖାଯାଇଥିଲା ।

Leave A Reply

Your email address will not be published.