Latest Odisha News

ବାଲେଶ୍ୱରର ଚାଷୀ ପୁଅ ହେବେ ଇସ୍ରୋ ବୈଜ୍ଞାନିକ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାର ଜଣେ ୨୦ ବର୍ଷୀୟ ଯୁବକ ଆଲୋକ ଭଞ୍ଜ ଇସ୍ରୋର ବୈଜ୍ଞାନିକ ଭାବେ ଯୋଗ ଦେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତା’ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମିଳିଥିବା ସୂଚନାନୁଯାୟୀ ବେଜ୍ଞାନିକ ହେବା ଲାଗି ଇସ୍ରୋ ପକ୍ଷରୁ ଆବେଦନ ପତ୍ର ପାଇଁ ଆହ୍ୱାନ କରାଯାଇଥିଲା । ଏହି ଅବସରରେ ସାରା ଦେଶରୁ ପ୍ରାୟ ୭ଲକ୍ଷ ଆଶାୟୀ ଆବେଦନ କରିଥିଲାବେଳେ ସେମାନଙ୍କ ମଧ୍ୟରୁ ଆଲୋକ ଶୀର୍ଷସ୍ଥାନ ହାସଲ କରିପାରିଥିଲେ ।

ଆଲୋକଙ୍କ ପିତା ଦୟାନିଧି ଭଞ୍ଜ ଜଣେ ପରିବା ଚାଷୀ ହୋଇଥିବାବେଳେ ତା’ଙ୍କ ମା’ ଜଣେ ଗୃହିଣୀ । ସେ ଭୋଗରାଇସ୍ଥିତ ଶ୍ରଦ୍ଧାପୁର ହାଇସ୍କୁଲରୁ ନିଜ ପଢୁଥିବାବେଳେ ଏକ ଛାତ୍ରବୃତ୍ତି ହାସଲ କରି ଜଣେ ମେଧାବୀ ଛାତ୍ରଭାବେ ପରିଗଣିତ ହୋଇଥିଲେ । ପରେପରେ ଆଲୋକ ମ୍ୟାଟ୍ରିକ୍ ପରୀକ୍ଷାରେ ୯୦%ରୁ ଅଧିକ ମାର୍କ ରଖି ପାସ୍ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବିଜୟାଞ୍ଜଳୀ କଲେଜରେ ଯୁକ୍ତ ୨ ପାଠ ପଢିଥିଲେ । ସେ ଏବେ ବାଲେଶ୍ୱରର ଫକିର ମୋହନ ସ୍ୱଂୟଶାସିତ କଲେଜରେ ଅଧ୍ୟୟନରତ ।

ଆଲୋକ ଯୁକ୍ତ ୩ ଓ ସ୍ନାତକୋତ୍ତର ପଢା ସାରିବା ପରେ ନାସା, ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର ଏବଂ ଋଷର ବୋର୍ଡ ପାର୍ଟିକଲରେ ତାଙ୍କୁ ପ୍ରଶିକ୍ଷଣ ଦିଆଯିବା ବୋଲି ସୂଚନା ମିଳିଛି ।

Comments are closed.