Latest Odisha News

BREAKING NEWS

କେନ୍ଦୁଝରରେ ଜଳିଗଲା ବରଯାତ୍ରୀ ବସ, ଯୁବକ ଜୀବନ୍ତ ଦଗ୍ଧ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାମନ୍ତରାପୁର ଗ୍ରାମ ନିକଟରେ ଏକ ବରଯାତ୍ରୀ ବସରେ ନିଆଁ ଲାଗିବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନାନୁଯାୟୀ ବାହାଘର ସରିବା ପରେ ବର ଓ ତା’ଙ୍କ ପରିବାର ବର୍ଗ ନୂଆ ବୋହୂକୁ ସାଙ୍ଗରେ ଧରି ଘରକୁ ଫେରିବା ପରେ ସମସ୍ତ ଯାତ୍ରୀ ବସରୁ ଓହ୍ଲାଇ ପଡିଥିବା ବେଳେ ଜଣେ ବ୍ୟକ୍ତି ଗାଡି ମଧ୍ୟରେ ଶୋଇ ପଡିଥିଲେ । ଦୁର୍ଭାଗ୍ୟବଶତଃ ରାତି ପ୍ରାୟ ୨ଟା ସମୟରେ ଉକ୍ତ ବରଯାତ୍ରୀ ଗାଡିରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ନିଆଁରେ ପୋଡି ହୋଇ ଯୁବକ ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଉକ୍ତ ଯୁବକ ଜଣକ ବରର ସମ୍ପର୍କୀୟ ବୋଲି ଜଣାପଡିଛି ।

ଖବର ପାଇ ଘଟଗାଁ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ପରବର୍ତ୍ତୀ ସମୟରେ ପୋଲିସ ଉକ୍ତ ବସକୁ ଜବତ କରିଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.