Latest Odisha News

ଜେଇଇ/ନେଟ୍ ପ୍ରାର୍ଥୀଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର: ଜେଇଇ/ନେଟ୍ ପରୀକ୍ଷାକୁ ଆଉ ୪୮ଘଣ୍ଟାରୁ କମ୍ ସମୟ ରହିଥିବା ବେଳେ ଛାତ୍ରଛାତ୍ରୀଙ୍କୁ ପୁରା ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ି ବିଧାୟକ ମାନଙ୍କୁ  ନିବେଦନ କରିଛନ୍ତି।
“ପିଲାମାନେ ଆମ ଦେଶର ଭବିଷ୍ୟତ ଓ ଓଡ଼ିଶାର ଭବିଷ୍ୟତ ।ସେମାନେ ଆମ  ପରିବାର ର ଓ ସେମାନଙ୍କ ସୁରକ୍ଷା ଆମ ଦାୟିତ୍ବ । ତେଣୁ ପିଲାମାନେ ଯେପରି ଭଲରେ ଭଲରେ ପରୀକ୍ଷା ଦେବେ, ସେଥିପାଇଁ ରାଜ୍ୟ ସରକାର ମାଗଣାରେ ପରିବହନ ଓ ରହିବାର ବ୍ୟବସ୍ଥା କରିଛନ୍ତି। ଆପଣଙ୍କ ଅଞ୍ଚଳର ପିଲାମାନେ ଯେପରି ସୁବିଧାରେ ପରୀକ୍ଷା ଦେବେ, ସେଥିରେ ଆପଣ ମାନେ ପୁରା ସହଯୋଗ କରନ୍ତୁ” ବୋଲି ସେ ପ୍ରକାଶ କରିଛନ୍ତି।
ପରୀକ୍ଷା ହେବାକୁ ଥିବା ୭ଟି ସହରରେ ସରକାରଙ୍କ ପକ୍ଷରୁ ଲକଡାଉନ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
କରୋନା ସଂକ୍ରମଣରେ ଭାରତ ଆଜି ସାରା ବିଶ୍ବରେ ସବୁଠାରୁ ଉପରେ ଅଛି। ଆମର କୋଭିଡ ଯୋଦ୍ଧାମାନଙ୍କର ତ୍ୟାଗ ଓ ପରିଶ୍ରମ ଏବଂ ଆପଣମାନଙ୍କ ସହଯୋଗ ଯୋଗୁ ରାଜ୍ୟରେ ଆରୋଗ୍ୟ ହାର ବଢୁଛି ଓ ମୃତ୍ୟୁ ହାର ସବୁଠାରୁ କମ୍ ଅଛି ବୋଲି ସେ ପ୍ରକାଶ କରିଛନ୍ତି।
ଏହା ଛଡ଼ା ଲଘୁଚାପ ବର୍ଷାରେ ରାଜ୍ୟରେ ବନ୍ୟା ଆସିଛି । ଲୋକଙ୍କ ଏ ଅସୁବିଧା ସମୟରେ ଆପଣ ଲୋକଙ୍କ ସାଥିରେ ରୁହନ୍ତୁ । ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ ବୋଲି ସୁତ୍ରରୁ ପ୍ରକାଶ।
Leave A Reply

Your email address will not be published.