Latest Odisha News

BREAKING NEWS

ପୂଜା କଲେ ଅହରହ, ଦକ୍ଷିଣା ମିଳିଲା ନକଲି ନୋଟ !

ଉତ୍ତରପ୍ରଦେଶ: ଗୁପ୍ତଧନ ପାଇବା ପାଇଁ ଚାଲିଥିଲା ଗୁପ୍ତପୂଜା । ନିୟୋଜିତ ହୋଇଥିଲେ ୬୦ ପୂଜକ । ଦିନରାତି ଚାଲିଥିଲା ଅଖଣ୍ଡ ପୂଜା । ଗୁପ୍ତଧନ ମିଳିଲେ ପୂଜକ ବି ହେବେ ଅଂଶୀଦାର । ଏହି ଲୋଭରେ ପଡିଥିଲେ ୬୦ ପୂଜକ । ହେଲେ ଗୁପ୍ତଧନ କଥା ଛାଡନ୍ତୁ ଶେଷରେ ଦକ୍ଷିଣାରେ ବି ପୂଜକଙ୍କୁ ମିଳିଥିଲା ନକଲି ନୋଟ୍ ।

କିଛି ଏଭଳି ନାଟକ ରଚି ଲଖନୌର ଏକ ଦମ୍ପତ୍ତି ୬୦ ଜଣ ପୂଜକଙ୍କୁ ଭକୁଆ ବନାଇଛନ୍ତି । ନକଲି ନୋଟ୍ ପାଇବା ପରେ ଦିଲ୍ଲୀପ କୁମାର ପାଠକ ନାମକ ଜଣେ ପୂଜକ ଥାନାରେ ଏତଲା ଦେଇଥିଲେ । ଶେଷରେ ଶୁକ୍ରବାର ଦିନ ଅଭିଯୁକ୍ତ ଦମ୍ପତ୍ତିଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା ।

ସୀତାପୁରରେ ଧରାପଡିଥିଲେ ଦୁଇ ଅଭିଯୁକ୍ତ ଗୀତା ପାଠକ ଓ ଗୁଲସୀ ରାମ ପାଠକ । ୧୪ଦିନ ପାଇଁ ଅଖଣ୍ଡ ପୂଜା କରିବା ଲାଗି ୬୦ଜଣ ପୂଜକଙ୍କୁ ନିୟୋଜିତ କରିଥିଲେ ଅଭିଯୁକ୍ତ ଦମ୍ପତ୍ତି । କଥା ଦେଇଥିଲେ ଗୁପ୍ତଧନ ପାଇଁ ହେବ ପୂଜା, ମିଳିଲେ ଅଂଶୀଦାର ବି ହେବେ ।
ଲୋଭରେ ପଡି ସମସ୍ତ ପୂଜକ ସମୟାନୁସାରେ ପୂଜା ବି ସାରିଥିଲେ । ଗୁରୁବାର ଅଭିଯୁକ୍ତ ଗୀତା ପୂଜକଙ୍କୁ ଏକ ବ୍ୟାଗ ଦେଇଥିଲେ । କହିଥିଲେ ଏଥିରେ ଦକ୍ଷିଣାସ୍ୱରୂପ ଟଙ୍କା ଅଛି, ପରେ ଖୋଲିବେ । ହେଲେ ବ୍ୟାଗରେ ଅଧିକାଂଶ ନକଲି ନୋଟ ବାହାରିବା ପରେ ଥାନାରେ ଏତଲା ଦେଇଥିଲେ ସମସ୍ତ ପୂଜକ ।

ପୋଲିସ ତଦନ୍ତରେ ଜଣାପଡିଛି ଗିରଫ ଅଭିଯୁକ୍ତମାନେ ପୂର୍ବରୁ ବହୁବାର ପୂଜକଙ୍କୁ ଠକିଆସିଛନ୍ତି । ପୂଜା ସରିବା ପରେ ପୂଜକଙ୍କୁ ନକଲି ନୋଟ ଦେଇ ଚମ୍ପଟ୍ ମାରନ୍ତି । ୨୦୧୩ ମସିହାରୁ ଏପରି ଗୋରଖ ଧନ୍ଦା ଚାଲିଆସିଥିଲାବଳେ ପୂଜା ନାଁରେ ଗାଁ ଲୋକଙ୍କଠାରୁ ସହାୟତା ଅର୍ଥ ମାଗି ଫେରାର ହୋଇଯାଉଥିଲେ ।

Leave A Reply

Your email address will not be published.