Latest Odisha News

BREAKING NEWS

ଟ୍ରକ୍ ଅଟକାଇ ଲୁଟିନେଲେ ଦେଢ କୋଟି ମୂଲ୍ୟର ସିଗାରେଟ୍ !

ତାମିଲନାଡୁ: ରାଜରାସ୍ତାରେ ଖୁଲମଖୋଲା ବୁଲୁଛନ୍ତି ଲୁଟେରା । ଇଛା ହେଲା ତ ପ୍ରଥମେ ରେକି ଓ ପରେ ଦିନ ଦ୍ୱିପହରେ ଲୁଟ୍ । ବେଶ କିଛି ଦିନ ଧରି ତାମିଲନାଡୁରେ ଲଗାତାର ସାମ୍ନାକୁ ଆସୁଛି ମିଳୁଛି ଲୁଟତରାଜ ମାମଲା । ହେଲେ ଏଥର ଦେଢ କୋଟି ମୂଲ୍ୟର ସିଗାରେଟ୍ ଲୁଟ୍ ମାମଲା ସମସ୍ତଙ୍କୁ ଚକିତ କରିଛି ।

ବୁଧବାର ଶ୍ରୀପେରୁମବୁଦୁର୍‌ରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା । ତାମିଲନାଡୁ ଗୋଦାମରୁ ଏକ ସିଗାରେଟ୍ ବୋଝେଇ ଟ୍ରକ୍ ଆନ୍ଧ୍ରପ୍ରଦେଶ ଅଭିମୁଖେ ବାହାରିଥିଲା । ହେଲେ ରାସ୍ତାରେ କାର ଓ ବାଇକ ଜରିଆରେ ୫ଜଣ ଅଜଣା ଲୋକ ଟ୍ରକକୁ ଅଟକାଇଥିଲେ ।
ଡ୍ରାଇଭରକୁ ଧମକଚମକ ଦେବା ସହ ଛୁରୀ ଦେଖାଇ ଲୁଟେରାମାନେ ଗାଡି ଧରି ଚମ୍ପଟ୍ ମାରିଥିଲେ । ଥାନାରେ ଡ୍ରାଇଭରର ଏତଲା ପରେ ସକ୍ରିୟ ହୋଇଥିଲା ସ୍ଥାନୀୟ ପୋଲିସ । ବହୁ ଖୋଳତାଡ ପରେ ଗୁରୁବାର ସୋଲିଂଘୁରରେ ଖାଲି ଟ୍ରକଟିକୁ ପରିତ୍ୟକ୍ତ ଅବସ୍ଥାରେ ପୋଲିସ ଠାବ କରିଥିଲା ।

ଗାଡିରେ ଥିବା ସିଗାରେଟ୍‌ର ମୂଲ୍ୟ ଦେଢ କୋଟିରୁ ଅଧିକ ହୋଇଥିଲାବଳେ ସିସିଟିଭ ଫୁଟେଜ ସାହାଯ୍ୟରେ ତଦନ୍ତ ଜାରି ରଖିଥିଲା ପୋଲିସ । ଶେଷରେ ମାମଲାରେ ସଂପୃକ୍ତ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲାବେଳେ ପାଖାପାଖି ୫୦ ଲକ୍ଷ ଟଙ୍କାର ସିଗାରେଟ୍ ଜବତ କରିଛି ।

Leave A Reply

Your email address will not be published.