Latest Odisha News

BREAKING NEWS

ପୁରୀରେ ନୂଆ ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ପୁରୀ: ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀରେ ନୂତନ ରାସନ କାର୍ଡ ବଣ୍ଟନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସଏଫଏସଏସ)ରେ ନୂତନ ଭାବରେ ଯୋଡି ହୋଇଥିବା ହିତାଧିକାରୀମାନଙ୍କୁ ରଙ୍ଗୀନ ରାସନ କାର୍ଡ ପ୍ରଦାନ କରିଛନ୍ତି। ଏହି ଅବସରରେ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ମଧ୍ୟରେ ପ୍ରାୟ ୫.୯ ଲକ୍ଷ ନୂତନ ରାସନ କାର୍ଡ ବଣ୍ଟନ କରାଯିବ। ୬ ଇଞ୍ଚ ଲମ୍ବା ଏବଂ ୪ ଇଞ୍ଚ ଚଉଡା ନୂଆ ରାସନ କାର୍ଡ A4 ଆକାରର ଗ୍ଲସି ପେପରରେ ଆସିଥାଏ।

ତେବେ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ଏବଂ ପ୍ରଭାତୀ ପରିଡା, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ନୂତନ ଆବେଦନକାରୀ ଏବଂ ପୂର୍ବରୁ ଥିବା ରାସନ କାର୍ଡରେ ନୂତନ ସଦସ୍ୟଙ୍କୁ ରଙ୍ଗୀନ ଏନଏଫଏସଏ ଏବଂ ଏସଏଫଏସଏସ ରାସନ କାର୍ଡ ମିଳିବ।

 

Comments are closed.