Latest Odisha News

BREAKING NEWS

କ୍ୟାନସର ପୀଡିତ ମେଧାବୀ ଛାତ୍ରୀଙ୍କୁ ସହାୟତା ଯୋଗାଇଲେ ସରକାର

ଭୁବନେଶ୍ୱର: କ୍ୟାନସର ପୀଡ଼ିତା ଛାତ୍ରୀ ମୋନାଲିସାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଯୋଗାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ବିଡ଼ିଓ ମୋନାଲିସାଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ଏହାସହ ଡାକ୍ତରଙ୍କ ପରାମର୍ଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାକୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସକୁ ଅଣାଯାଇ ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଛି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତାକୁ ସମସ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ରେଡ଼କ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ସହାୟତା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ମୋନାଲିସା ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ବାମ ହରତରେ ପରୀକ୍ଷା ଦେଇ ୮୦ ପ୍ରତିଶତ ନମ୍ବର ରଖି ପାସ୍ ହୋଇଛନ୍ତି ।

Leave A Reply

Your email address will not be published.