Latest Odisha News

BREAKING NEWS

ଆଳିପିଙ୍ଗଳ ଜେଲର ୨୧ ଅନ୍ତେବାସୀ କରୋନା ପଜିଟିଭ୍

ଜଗତସିଂହପୁର: ଆଳିପିଙ୍ଗଳ ଜେଲର ୨୧ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦ଜଣ ବିଚାରାଧୀନ କଏଦୀ ଓ ଜଣେ ସଜାପ୍ରାପ୍ତ କଏଦୀ ଥିବା ଜଣାପଡିଛି । ପୂର୍ବରୁ ଜେଲର ୩ ବନ୍ଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କଠାରୁ ଏହି ୨୧ ଜଣ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି ।

ଆଜି ଚିହ୍ନଟ ହୋଇଥିବା କରୋନା ପଜିଟିଭ୍‌ମାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ଅନ୍ତେବାସୀ ଓ ଜେଲ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ ବୋଲି ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.