Latest Odisha News

BREAKING NEWS

ଓଡିଶା ବାହାରେ ହେବ ୩ ସେଣ୍ଟର: ଓଜେଇଇ

ଭୁବନେଶ୍ୱର: କରୋନା ପରିସ୍ଥିତିକୁ ନଜରରେ ରଖି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ଓଡିଶା ଭିତରେ ଓ ବାହାରେ ଅଧିକ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ, ଓଡିଶା ଭିତରେ ୬ଟି ଏବଂ ବାହାରେ ୩ଟି ଅନଲାଇନ୍ ପରୀକ୍ଷା ସେଣ୍ଟର ଖୋଲାଯିବ ।

ଓଜେଇଇ କମିଟି ପକ୍ଷରୁ ବଲାଙ୍ଗିର, ପାରଳାଖେମୁଣ୍ଡି (ଗଜପତି), ଜଗତସିଂହପୁର, ଯାଜପୁର, ନୟାଗଡ, ଫୁଲବାଣୀ (କନ୍ଧମାଳ) ଆଦି ସ୍ଥାନରେ ୬ଟି କେନ୍ଦ୍ର ଏବଂ ଓଡିଶା ବାହାରେ ରାଞ୍ଚି, ପାଟନା ଓ କୋଲକାତାରେ ୩ଟି ସେଣ୍ଟର ଖୋଲାଯିବ ।

ଯେଉଁ ଛାତ୍ରଛାତ୍ରୀମାନେ ଅନଲାଇନ୍ ଆବେଦନ ସମ୍ପୂର୍ଣ୍ଣ କରି ସାରିଛନ୍ତି, ସେମାନେ ଓଜେଇଇ ଆପ୍ଲିକେସନ୍ ପୋର୍ଟାଲରେ ନିଜ ଆଇଡି ଓ ପାସୱାର୍ଡ ଖୋଲି ପାରିବେ । ସେମାନେ ଚାହିଁଲେ ନିଜ ପରୀକ୍ଷା ସେଣ୍ଟରକୁ ବଦଳାଇପାରିବେ ।

ଆଜିଠୁ ୧୬ ତାରିଖ ରାତି ୧୧ଟା ୫୯ମି. ମଧ୍ୟରେ ଛାତ୍ରଛାତ୍ରୀ ମାନେ ନିଜ ପସନ୍ଦର ପରୀକ୍ଷା କେନ୍ଦ୍ରକୁ ବଦଳାଇ ପାରିବେ ।

Leave A Reply

Your email address will not be published.