Latest Odisha News

BREAKING NEWS

ଲକଡାଉନ ଅବଧି ବଢିବା ସପକ୍ଷରେ ଓଡ଼ିଶା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କୋଭିଡ-୧୯ ମୁକାବିଲା ତଥା ଦେଶବ୍ୟାପୀ ଲକଡାଉନ ଜାରି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି।

ଏହି ବୈଠକରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଜାତୀୟ ସ୍ତରରେ ଲକଡାଉନ ଜାରି ରଖିବା ଆବଶ୍ୟକ କିନ୍ତୁ ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ କାର‌୍ୟ୍ୟକଳାପକୁ ଅନୁମତି ଦିଆଯିବା ଉଚିତ।

ଆହୁରି ମଧ୍ୟ ସର୍ବସାଧାରଣ ସମାବେଶ, ଧାର୍ମିକ ସ୍ଥଳୀ ଏବଂ ଶିକ୍ଷାନୁଷ୍ଠାନଗୁଡିକ ସମ୍ପୂର୍ଣ୍ଣ ବନ୍ଦ ଏବଂ କେବଳ ରାଜ୍ୟ ମଧ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ ପାଇଁ ସେ କେନ୍ଦ୍ର ନିକଟରେ ଅନୁରୋଧ କରିଛନ୍ତି।

ମେଘାଳୟ, ମିଜୋରାମ, ପୁଡୁଚେରୀ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ବିହାର, ଗୁଜୁରାଟ ଏବଂ ହରିୟାଣାର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସେମାନଙ୍କ ରାଜ୍ୟରେ କ’ଣ କରାଯିବା ଉଚିତ ଏବଂ କ’ଣ କରିବାକୁ ଚାହୁଁଛନ୍ତି, ସେନେଇ ବୈଠକରେ ନିଜର ମନ୍ତବ୍ୟ ରଖିଥିଲେ।

ଆସନ୍ତା ମେ ୨ରେ ଦେଶବ୍ୟାପୀ ଲକଡାଉନ ଅବଧି ସରୁଥିବା ବେଳେ ଏହାର ଏକ ସପ୍ତାହ ପୂର୍ବରୁ ଏହି ବୈଠକ ବସିଛି।

Comments are closed.