Latest Odisha News

BREAKING NEWS

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ୩୮ଟି ନୂଆ ଆହାର କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ରାଜ୍ୟବ୍ୟାପୀ ସହରମାନଙ୍କରେ ସୁଲଭ ଭୋଜନ ନିମନ୍ତେ ୩୮ଟି ନୂତନ ଆହାର କେନ୍ଦ୍ର ଉଦଘାଟନ କରିଛନ୍ତି ।

ଏହି ନୂତନ ଆହାର କେନ୍ଦ୍ରଗୁଡ଼ିକୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକମାନଙ୍କୁ ଏକ ସ୍ୱଚ୍ଛ ତଥା ସ୍ୱାସ୍ଥ୍ୟକର ବାତାବରଣରେ ଉନ୍ନତ ମାନଦଣ୍ଡର ସୁଲଭ ଭୋଜନ ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଏହି ଆହାର ଯୋଜନା ମାଧ୍ୟମରେ ଦୈନିକ ପ୍ରାୟ ୧ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇପାରୁଛନ୍ତି ।

ନୂତନ ବ୍ୟବସ୍ଥା ସହିତ ଏବେ ୧୧୪ଟି ସହରାଞ୍ଚଳରେ ଥିବା ୧୫୭ଟି ଆହାର କେନ୍ଦ୍ରରେ ଦୈନିକ ୧ ଲକ୍ଷ ଲୋକ ଭୋଜନ ଖାଇ ପାରୁଛନ୍ତି । ରାଜ୍ୟର ୫୭ଟି ହସ୍ପିଟାଲ କ୍ୟାମ୍ପସରେ ଏହି ଆହାର କେନ୍ଦ୍ର ମଧ୍ୟ ସଫଳତାର ସହିତ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଆହାର ଯୋଜନା ଏପ୍ରିଲ ୧ ତାରିଖ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା । ଦୈନିକ ଏହି ଆହାର କେନ୍ଦ୍ର ଗୁଡ଼ିକରେ ଲୋକମାନେ ମଧ୍ୟାହ୍ନ ଭୋଜନରେ ଡ଼ାଲମା ଓ ଭାତ ମାତ୍ର ୫ ଟଙ୍କାରେ ପାଇ ପାରୁଛନ୍ତି ।

ଏହି ଆହାର ଯୋଜନାଟି ରାଜ୍ୟ ସରକାରଙ୍କ ଖାଦ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ । ଏହି ଆହାର ଭୋଜନର ପ୍ରକୃତ ମୂଲ୍ୟ ୨୦ ଟଙ୍କା ହୋଇଥିବା ବେଳେ ଲୋକମାନଙ୍କୁ ମାତ୍ର ୫ ଟଙ୍କା ପଇଠ କରିବାକୁ ପଡୁଛି ।

ଏହି ଭୋଜନ ସମସ୍ତ ଆହାର କେନ୍ଦ୍ର ଗୁଡ଼ିକରେ ରବିବାର ବ୍ୟତୀତ ପ୍ରତିଦିନ ଦିବା ୧୧ଟା ଠାରୁ ୩ଟା ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଛି । ତେବେ ହସ୍ପିଟାଲ ମାନଙ୍କରେ ରହିଥିବା ଏହି ଆଧାର କେନ୍ଦ୍ର ଗୁଡ଼ିକରେ ରାତି ୭ଟା ଠାରୁ ୯ଟା ପର୍ଯ୍ୟନ୍ତ ଭୋଜନ ଯୋଗାଇ ଦିଆଯାଉଛି ।

Leave A Reply

Your email address will not be published.