Latest Odisha News

BREAKING NEWS

କ୍ରୀଡା କ୍ଷେତ୍ରରେ ପୁଞ୍ଜି ନିବେଶ ଲାଗି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର: ଷ୍ଟାଟଅପ୍ସ ତଥା ଉଦ୍ୟୋଗୀମାନଙ୍କୁ କ୍ରୀଡା କ୍ଷେତ୍ରରେ ପୁଞ୍ଜିନିବେଶ କରିବା ଲାଗି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି ।

ଭାରତରେ ପ୍ରଥମ ଥର ଲାଗି କ୍ରୀଡା ଓ ନବୋନ୍ମେଷ ଉତ୍ସବ ‘ସ୍ପୋର୍ଟ୍ସ ଆଇଟି-୨୦୨୦’ ରବିବାର ଦିନ ଉଦଯାପିତ ହୋଇଯାଇଛି । ଓଡିଶା ସରକାର କ୍ରୀଡା ଓ ଯୁବ ସେବା ବିଭାଗ ସହଯୋଗରେ ଜାଭିୟର ଏମିଲୋନ୍ ବିଜନେସ୍ ସ୍କୁଲ୍ (ଏକ୍ସଇବିଏସ୍‌) ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ।

‘ସ୍ପୋର୍ଟ୍ସ ଆଇଟି-୨୦୨୦’ ସହିତ ଆମେ ଏଭଳି ଏକ ପ୍ଲାଟଫର୍ମ ତିଆରି କରିବାକୁ ଚାହୁଁଛୁ । ଯେଉଁଥିରେ କେବଳ ଯେ କ୍ରୀଡା ଓ ନବୋନ୍ମେଷ ଉତ୍ସବ ମନାଇବ, ଏହାବ୍ୟତିତ ଷ୍ଟାଟ-ଅପ୍‌, ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ଓ ଛାତ୍ରମାନଙ୍କୁ ମଧ୍ୟ ମହତ୍ୱପୂର୍ଣ୍ଣ ପଦ୍ଧତିରେ ସାମିଲ କରାଯିବ ।

ସେ ଆହୁରି ମଧ୍ୟ କହିଥିଲେ ଯେ ଏହାଦ୍ୱାରା କ୍ରିଡା ପ୍ରତିଯୋଗୀ ମାନଙ୍କୁ ପରସ୍ପର ସହ ଯୋଡିବା ସହିତ ଜ୍ଞାନର ଆଦାନ ପ୍ରଦାନ କରିବା ତଥା କିଛଇ ନୂଆ ଶିଖିବା ଦିଗରେ ପ୍ରେତ୍ସାହିତ କରିବ ।

ପୂର୍ବ ଭାରତ ଓ ବିଦେଶରେ କ୍ରୀଡା ଉଦ୍ୟୋଗ, ନିବେଶକ ଓ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଏହା ଗର୍ବର ବିଷୟ ଯେ ଓଡିଶା ଲାଗାତାର ଭାବେ ଦ୍ୱିତୀୟ ଥର ପାଇଁ ସ୍ପୋର୍ଟସ-ଷ୍ଟାର ଆୱାର୍ଡରେ ସମ୍ମାନିତ ହୋଇଛି । ଯିଏକି ପୂରା ଦେଶରେ କ୍ରୀଡା ପ୍ରୋତ୍ସାହିତ କରିବା ଦିଗରେ ସର୍ବଶ୍ରେଷ୍ଠ ରାଜ୍ୟ ହୋଇପାରିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀଠାରେ ଏକ ଶ୍ରେଷ୍ଠ ଷ୍ଟାର୍ଟଅପ୍ କମ୍ପାନୀ ଭାବେ ଦିଲ୍ଲୀର ଫନଗେଜକୁ ପୁରସ୍କାର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.