Latest Odisha News

BREAKING NEWS

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଚାଖୀ ଖୁଣ୍ଟିଆଙ୍କ ଆଜି ଜୟନ୍ତୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ…

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ସେବା ଓ ପରୋପକାରରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଚାଖୀ ଖୁଣ୍ଟିଆ ତଥା ଚନ୍ଦନ ହଜୁରୀ ।

ସେ ସିପାହୀ ବିଦ୍ରୋହ ଓ ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କ ଅନ୍ୟତମ ପରାମର୍ଶଦାତାଙ୍କ ଭାବେ ମଧ୍ୟ କାର୍ଯ୍ୟ କରଇଥିଲେ ।

ଚନ୍ଦନ ହଜୁରୀଙ୍କ ଜୟନ୍ତୀ ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

କୁହାଯାଏ, ସେ ୧୮୨୭ ମସିହାରେ ଶାମ୍ବ ଦଶମୀ ଦିନ ପୁରୀ ଠାରେ ପିତା ଭୀମସେନ ହଜୁରୀ ଓରଫ୍ ରଘୁନାଥ ଖୁଣ୍ଟିଆ ଓ ମାତା କମଳାବତୀ ଦେବୀଙ୍କ କୋଳମଣ୍ଡନ କରିଥିଲେ । ଯିଏକି ପରବର୍ତ୍ତୀ ସମୟରେ ୧୮୫୭ ମସିହା ବେଳକୁ ଭାରତରେ ସିପାହୀ ବିଦ୍ରୋହ ବେଳେ ଇଂରେଜ ମାନଙ୍କ ବିରୋଧରେ ଲଢିବା ପାଇଁ ଉତ୍ତରପଶ୍ଚିମାଞ୍ଚଳର ହିନ୍ଦୁ ନେପାଳୀମାନଙ୍କୁ ପ୍ରବର୍ତ୍ତାଇଥିଲେ ।

ଲୋକକଥା ଅନୁଯାୟୀ ସେ ମା-ବାପାଙ୍କର ଏକମାତ୍ର ସନ୍ତାନ ହୋଇଥିବାରୁ ପିଲାଟି ବେଳୁ ବହୁତ ସ୍ନେହ ଶ୍ରଦ୍ଧାରେ ବଢିଥିଲେ । ଯାହାଫଳରେ ପିଲାବେଳେ ସେ ଛୁରୀ ପରି ତୀକ୍ଷ୍ନ ହୋଇଥିବାରୁ ତାଙ୍କୁ କେହି କେହି ଚାଖି ବୋଲି ଡାକିଥାନ୍ତି । ପରବର୍ତ୍ତୀ ସମୟରେ ତାଙ୍କ ନାମ ଚନ୍ଦନ ହଜୁରୀ ସହ ଚାଖି ଖୁଣ୍ଟିଆ ମଧ୍ୟ ହୋଇଯାଇଥିଲା ।

ଏହାବ୍ୟତିତ ମାଟି କୁସ୍ତିରେ ପାରଙ୍ଗମ ଚନ୍ଦନ ହଜୁରୀ ନିଜର ବଳିଷ୍ଠ ନେତୃତ୍ୱ, ଦେଶପ୍ରେମ, ତ୍ୟାଗ ତଥା ଅସାଧାରଣ ବ୍ୟକ୍ତିତ୍ୱ ଲାଗି ସର୍ବଦା ଚିରସ୍ମରଣୀୟ ହୋଇ ରହିବେ । ଏହାବ୍ୟତିତ ସେ ପୁରୀ ତଥା ଜଗନ୍ନାଥ ଦର୍ଶନର ପ୍ରଚାର କରିବାରେ ଅନ୍ୟତମ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନେଇ ଐତିହାସିକ ବିତ୍ ମାନେ ମତ ଦେଇଥାନ୍ତି ।

ମାତ୍ର ୧୨ ବର୍ଷ ବୟସରେ ସେ ସୁନ୍ଦରମଣୀଙ୍କୁ ବିବାହ କରିଥିଲେ । ତେବେ ୧୮୫୭ ମସିହା ସ୍ୱାଧୀନତା ସଂଗ୍ରାମର ଏହି ମହାନ୍ ବିପ୍ଲବୀ ଚାଖି ଖୁଣ୍ଟିଆଙ୍କ ଅଦମ୍ୟ ସାହାସ, ଦେଶପ୍ରେମ ଓ ବଳିଦାନ ସମସ୍ତଙ୍କ ପାଇଁ ଆଜିବି ଚିରସ୍ମରଣୀୟ ହୋଇ ରହିଛି ।

Leave A Reply

Your email address will not be published.