ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (କୋଭିଡ-୧୯)କୁ ଛୁଟିଲା ସହାୟତାର ସୁଅ । ମାରାତ୍ମକ କରୋନା ଭୂତାଣୁର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସର ଦରମା ଦାନ କରିବା ପାରେ ଆଜି ମନ୍ତ୍ରୀ ଓ ବିଧାୟକ ନିଜ ଦରମା ଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ୩ ମାସର ଦରମା କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ପ୍ରାଦନ କରିଛନ୍ତି ପଂଚାୟତି ରାଜ ଓ ଆଇନ ମନ୍ତ୍ରୀ ପ୍ରଜାପ ଜେନା । ଏଥିସହ ତାଙ୍କ ନିର୍ବାଚନ ମଣ୍ଡଳୀ ମାହାଙ୍ଗା ସମେତ ନିଶ୍ଚିନ୍ତକୋଇଲିରେ ଭୂତାଣୁର ସଫଳ ମୁକାବିଲା ପାଇଁ ୧ କୋଟି ଟଙ୍କା ବିଧାୟକ ପାଣ୍ଠିରୁ ପ୍ରଦାନ କରିଛନ୍ତି ।
ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ୩ ମାସର ଭତ୍ତା ସହ ଦରମା ୩ଲକ୍ଷ ଟଙ୍କା କୋଭିଡ-୧୯ ରିଲିଫ ପଣ୍ଡକୁ ଦାନ କରିଛନ୍ତି । ସେହିପରି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀରେ କରୋନା ମୁକାବିଲା ପାଇଁ ନିଜ ସମସ୍ତ ବିଧାୟକ ପାଣ୍ଠି ଟଙ୍କା ଦେଇଛନ୍ତି ।
ବିଧାୟକ ଅତନୁ ସବ୍ୟସାଚୀ ନାଏକ, କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ବିଧାୟିକା ଲତିକା ପ୍ରଧାନ ନିଜ ନିଜ ୩ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଇଛନ୍ତି । ସେହିପରି ସାଂସଦ ଅମର ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲାରେ ବିଭିନ୍ନ ଚିକିତ୍ସା ଉପକରଣ ପାଇଁ ୧ କୋଟି ଟଙ୍କା ଦାନ କରିଛନ୍ତି ।
କରୋନା ମୁକବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ ପାଇଁ ଓଡ଼ିଶା ଖଣି ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ଶହ କୋଟି ଟଙ୍କା ସହଯୋଗ କରିଛି । ସେହିପରି ଓଟିଡିସି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛି ।
BREAKING NEWS
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…
- ବାଲିଯାତ୍ରା ପଡିଆରେ ନାବାଳକ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ!
- ବିସିସିଆଇର ବଡ଼ ଘୋଷଣା; ପ୍ରଜ୍ଞାନ ଓଝା ଚୟନ କମିଟିର ଅଧ୍ୟକ୍ଷ…
- ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…

Comments are closed.