Latest Odisha News

BREAKING NEWS

କରୋନା ମୁକାବିଲା: ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ବିଜ୍ଞାପନ ଦେଲେ ଓଡିଶା ସରକାର

ଭୁବନେଶ୍ୱର: ଦେଶରେ କରୋନଭାଇରସ ଭଳି ଘାତକ ମହାମାରୀ ସମୟରେ ଲୋକମାନଙ୍କୁ ଚିକିତ୍ସାର ଆବଶ୍ୟକତା ଅଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାର ଯୋଗ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ଅବସରପ୍ରାପ୍ତ ଚିକିତ୍ସକଙ୍କୁ ସରକାରୀ ଡାକ୍ତରଖାନାରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଆବେଦନ କରିବାକୁ କହିଛନ୍ତି । ଜୁନ୍ ୩୦ ଅର୍ଥାତ୍ ୩ମାସ ପର୍ଯ୍ୟନ୍ତ ନିଯୁକ୍ତି ପାଇଁ ଆମନ୍ତ୍ରିତ କରାଯାଇଛି । ଆବଶ୍ୟକସ୍ଥଳେ ଏହି ଅବଧିକୁ ଆହୁରି ବଢ଼ାଯାଇପାରେ ।

BjdElectrycity

ଏକ ବିଜ୍ଞପ୍ତିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଚିକିତ୍ସା କର୍ମଚାରୀଙ୍କ ଦୈନିକ ପାରିତୋଷିକର ବିବରଣୀ ପ୍ରଦାନ କରିଛି ।

ସ୍ପେଶାଲିଷ୍ଟ ଡାକ୍ତର- ୫୦୦୦ ଟଙ୍କା

ମେଡିକାଲ ଅଫିସର(ଏମବିବିଏସ ଡିଗ୍ରୀ)- ୩୦୦୦ ଟଙ୍କା

ଷ୍ଟାଫ ନର୍ସ- ୧୦୦୦ ଟଙ୍କା

ଲ୍ୟାବ ଟେକନିସିଆନ- ୧୦୦୦ ଟଙ୍କା

ଫାର୍ମାାସିଷ୍ଟ- ୧୦୦୦ ଟଙ୍କା

ରେଡିଓଗ୍ରାଫର୍ସ- ୧୦୦୦ ଟଙ୍କା

ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ- ୮୫୦ ଟଙ୍କା

ଆବେଦନ କରିବାକୁ ଇଚ୍ଛୁକ ଥିବା ଯୋଗ୍ୟ ଡାକ୍ତର, ଷ୍ଟାଫ ନର୍ସ ଓ ଅନ୍ୟ ପାରାମେଡିକ୍ସ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ(ସିଡିଏମ ଓ ପିଏଚଓ) କାର୍ଯ୍ୟାଳୟରେ କିମ୍ବା ଅଫିସିଆଲ ୱେବସାଇଟ୍ http://dhsodisha.nic.in ରେ ଆବେଦନ କରିପାରିବେ । ନିଜର ଯୋଗ୍ୟତା, ବୟସ, ପରିଚୟ ପତ୍ର, ଓଡିଶା ମେଡିକାଲ କାଉନସିଲ କିମ୍ବା ଅନ୍ୟ ପଞ୍ଜିକରଣ ଏବଂ ସିଡିଏମଓ ଓ ପିଏଚଓ ଇମେଲ ଆଇଡିରେ ଫଟୋ ସହିତ ସ୍କାନ ହୋଇଥିବା ପ୍ରମାଣ ପତ୍ର ଦେବାକୁ ବିଜ୍ଞପ୍ତିରେ ସୂଚିତ କରାଯାଇଛି ।

Leave A Reply

Your email address will not be published.