Latest Odisha News

BREAKING NEWS

ଗଣମାଧ୍ୟମର କଣ୍ଠରୋଧ ହେବ ନାହିଁ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଗଣମାଧ୍ୟମର କଣ୍ଠରୋଧ ହେବ ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିନ କହିଛନ୍ତି ଯେ ତାଙ୍କ ସରକାର ଚେଷ୍ଟା କରିବ ଯେ, ଗଣମାଧ୍ୟମ ପୂର୍ଣ୍ଣ ସ୍ୱାଧୀନତା ପାଇବ ଏବଂ ଗଣମାଧ୍ୟମର ସ୍ୱରକୁ କଣ୍ଠରୋଧ ନେଇ କୌଣସି ପ୍ରକରା ପ୍ରୟାସକୁ ବରଦାସ୍ତ କରାଯିବ ନାହିଁ।

“ପୂର୍ବ ସରକାର ରାଜ୍ୟରେ ଗଣମାଧ୍ୟମ ପ୍ରତି ଦଳୀୟ ମନୋଭାବ ଗ୍ରହଣ କରିଥିଲେ। କେବଳ ତାଙ୍କ ‘ମାଷ୍ଟର ଭଏସ୍’ରେ ପରିଣତ ହୋଇଥିବା କିଛି ମିଡିଆ ହାଉସକୁ ସରକାରୀ ବିଜ୍ଞାପନ ଦିଆଯାଇଥିଲା। ଅନ୍ୟପକ୍ଷରେ ମିଡିଆ ହାଉସକୁ ଦମନ କରିବାକୁ ଚେଷ୍ଟା କରାଯାଇଥିଲା। ଏପରିକି ସରକାରୀ ବିଜ୍ଞାପନରୁ ମଧ୍ଯ ବଞ୍ଚିତ ହୋଇଥିଲେ।

ଏନେଇ ଭୁବନେଶ୍ୱରର ଏକ ଦୈନିକ ଖବରକାଗଜର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ସରକାର ଗଣମାଧ୍ୟମର ସ୍ବାଧୀନତାକୁ ସମ୍ମାନ ଦେବ। ଆହୁରି ମଧ୍ଯ ସେ କହିଛନ୍ତି ଯେ ରାଜ୍ୟରେ ଏବେ ଲୋକଙ୍କ ସରକାର, ଏବେ ସେମିତି ପ୍ରତିକୂଳ ପରିବେଶ ନାହିଁ, ଧମକ ନାହିଁ କି କଣ୍ଠରୋଧ ନାହିଁ।

Comments are closed.