Latest Odisha News

BREAKING NEWS

ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ; ସର୍ବାଧିକ ୧୦୦୦ଟି ଅଭିଯୋଗର ହେବ ଶୁଣାଣି

ଭୁବନେଶ୍ୱର: ୬ ସପ୍ତାହ ପରେ ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ। ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଅହେତୁକ ଭିଡ଼କୁ ଦୃଷ୍ଟିରେ ରଖି କେବଳ ଅନଲାଇନରେ ପଞ୍ଜିକରଣ କରିଥିବା ଲୋକମାନେ ହିଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିବେ। ସର୍ବାଧିକ ୧୦୦୦ଟି ଅଭିଯୋଗର ହେବ ଶୁଣାଣି। ଏଥିପାଇଁ ସକାଳୁ ସକାଳୁ ଅଭିଯୋଗକାରୀଙ୍କ ଭିଡ଼ ଜମିଲାଣି।

ଏଥର ଅଭିଯୋଗ ଶୁଣାଣି ପୂର୍ବରୁ ଶୁଣାଣି ଚାଲୁଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପରିବର୍ତ୍ତେ ନିକଟସ୍ଥ ସରକାରୀ ବାସଗୃହ ଭିଆଇଆଇଆଇଏମ୍‌ଆର୍‌ ନମ୍ବର-୪ରେ ହେବ। ଏଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପ୍ରସ୍ତୁତ କରାଯାଇଥିବାବେଳେ ଅଭିଯୋଗ ଜଣାଇବା ପାଇଁ ପଞ୍ଜୀକରଣ କରିଥିବା ଜନସାଧାରଣଙ୍କୁ ରାଜୀବ ଭବନରୁ ଅଳ୍ପ ଦୂରରେ ଥିବା ଜଳ ଭବନ (ୱାଟ୍‌କୋ କାର୍ଯ୍ୟାଳୟ) ପାଶ୍ୱର୍ରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଉଦ୍ଦିଷ୍ଟ ଗେଟ୍‌ ନଂ-୧ରେ ଆସିବାକୁ ପଡ଼ିବ।

ଏହି ସ୍ଥାନରେ ଅଭିଯୋଗ ଶୁଣାଣିକୁ ରାସ୍ତା ଚିହ୍ନିତ କରାଯାଇଛି। ଏହାବ୍ୟତୀତ ଆଜି ଯେଉଁମାନେ ଆସୁଛନ୍ତି ସେମାନେ ଅଣ ପଞ୍ଜିକୃତଙ୍କ ପାଇଁ ଖୋଲାଯାଇଥିବା କାଉଣ୍ଟରରେ ପଞ୍ଜିକରଣ କରାଇ ସ୍ୱୀକୃତି ନେଇପାରିବେ। ମାତ୍ର ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଇବେନି ଅଣପଞ୍ଜିକୃତ ଅଭିଯୋଗକାରୀ। ସୂଚନା ଥାଉକି ୬ ସପ୍ତାହ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା। ଦୀର୍ଘ ୧୬ ବର୍ଷ ପରେ ଜୁଲାଇ ୨ ତାରିଖରେ ଖୋଲିଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ପ୍ରକୋଷ୍ଠରେ ବସି ଲୋକଙ୍କ ଅଭିଯୋଗ ଶୁଣିଥିଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ୧୫୫୦ ଲୋକଙ୍କ ଅଭିଯୋଗ ଶୁଣିଥିଲେ।

Leave A Reply

Your email address will not be published.