ଭୁବନେଶ୍ୱର : ବାତ୍ୟା ‘ଫନି’ ଦ୍ୱାରା ପ୍ରଭାବିତ ଓଡିଶାବାସୀଙ୍କ ଜନଜୀବନ ସ୍ୱାଭାବିକ ଓ ପୁର୍ନରୁଦ୍ଧାର ତଥା ବିପନ୍ନଙ୍କ ସହାୟତା ଲାଗି ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବର୍ଷକର ଦରମା ଏହି ରିଲିଫ୍ ଫଣ୍ଡକୁ ପ୍ରଦାନ ଲାଗି ଘୋଷଣା କରିଛନ୍ତି ।
ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ।
#Odisha Chief Minister Naveen Patnaik donates a year's salary to the chief ministers relief fund for the #FaniCyclone hit people. (File pic) pic.twitter.com/BPvTz2mZsP
— ANI (@ANI) May 6, 2019
ଏଥିସହିତ ଏହି ରିଲିଫ୍ ପାଣ୍ଠିକୁ କିଛି କିଛି ସହାୟତା ରାଶି ପ୍ରଦାନ କରିବା ଲାଗି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
ମୁଁ ଗୁଣ୍ଡୁଚି ମୂଷା ରୂପେ, ଓଡ଼ିଶାର ବଡ ପୁନଃ ନିର୍ମାଣ କାର୍ଯ୍ୟ ପାଇଁ ମୋ ମାସକର ଦରମା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାୟିତ୍ବ ନେଇ ଯୋଗଦାନ କରିଛି। ଏକ ଦାୟିତ୍ବ ସମ୍ପନ୍ନ ଓଡ଼ିଆ ଭାବରେ ମୁଁ ମୋ ଦାୟିତ୍ୱ ନେଇଛି। ଆମେ ସମସ୍ତେ ମିଶି ଓଡ଼ିଶାକୁ ପୁଣିଥରେ ଗଢିବା ।
— Dharmendra Pradhan (@dpradhanbjp) May 6, 2019
ସେହିପରି ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ବାତ୍ୟା ବିପନ୍ନଙ୍କ ଲାଗି ନିଜ ମାସକର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ପ୍ରଦାନ ଲାଗି ଘୋଷଣା କରିଛନ୍ତି ।
Comments are closed.