Latest Odisha News

BREAKING NEWS

ଆଜି ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକ

ଭୁବନେଶ୍ୱର : ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ କରିବେ । । ମଙ୍ଗଳବାର ସନ୍ଧ୍ୟା ୫ ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସ୍ଥିତିର ସମୀକ୍ଷା କରିବେ ବୋଲି ସୂଚନା ମିଳିଛି ।ରାଜ୍ୟରେ ସଂକ୍ରମଣ ହାର ୧୦ରୁ ୧୧ ହଜାର ଭିତରେ ରହୁଛି ।

ସଂକ୍ରମଣ ହ୍ରାସ ପାଇନାହିଁ କ୍ରମାଗତ ଭାବରେ ଏହା ବୃଦ୍ଧି ହେବାରେ ଲାଗିଛି ।ଏନେଇ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିବେ । ଆଗକୁ ସଂକ୍ରମଣ ବୃଦ୍ଧି ହେଲେ କି ପ୍ରକାର ପଦକ୍ଷେପ ନିଆଯିବ ତାହା ଏହି ବୈଠକରେ ଆଲୋଚନା ହୋଇପାରେ ।

କିଛି ଦିନ ତଳେ ମଧ୍ୟ ମୁଖ୍ୟମନ୍ତ୍ରୀ କରୋନା ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ରାଜ୍ୟରେ ସଂକ୍ରମଣ ହାର ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ହସ୍ପିଟାଲ ଗୁଡିକୁ ସଜାଗ ରହିବା ପାଇଁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।ସୂଚନା ଅନୁସାରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧୦୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ । ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି ।

Comments are closed, but trackbacks and pingbacks are open.