Latest Odisha News

BREAKING NEWS

ଓମିକ୍ରନ୍‌ ବିରୁଦ୍ଧରେ ଆଂଶିକ ପ୍ରଭାବଶାଳୀ ଚତୁର୍ଥ ଡୋଜ

ନୂଆଦିଲ୍ଲୀ: ଇସ୍ରାଏଲ୍ ହସ୍ପିଟାଲ୍‌ର ଏକ ରିପୋର୍ଟର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କରୋନା ଟିକାର ଚତୁର୍ଥ ଡୋଜ୍‌ ଓମିକ୍ରନ୍ ଭାରିଆଣ୍ଟ ବିରୁଦ୍ଧରେ ଆଂଶିକ ପ୍ରଭାବଶାଳୀ। ‌

ସେବା ହସ୍ପିଟାଲ ଗତ ମାସରେ ୨୭୦ ରୁ ଅଧିକ ମେଡିକାଲ କର୍ମଚାରୀଙ୍କୁ ଚତୁର୍ଥ ଟିକା ଦେବା ଆରମ୍ଭ କରିଥିଲା। ​​ସେଥିରୁ ୧୫୪ ଜଣଙ୍କୁ ଫାଇଜର-ବାୟୋନ୍‌ଟେକ୍‌ ଟିକା ଦିଆଯାଇଥିଲା। ୧୨୦ ଜଣଙ୍କୁ ମୋଡର୍ନାର ଟିକ‌ା ଦିଆଯାଇଥିଲା।

କ୍ଲିନିକାଲ୍ ପରୀକ୍ଷଣରୁ ଜଣାପଡିଛି ଯେ ଚତୁର୍ଥ ଡୋଜ୍‌ ଟିକା ଓମିକ୍ରନ୍‌ ବିରୁଦ୍ଧରେ ଆଶିଂକ ପ୍ର‌ଭାବଶାଳୀ।

ଆଣ୍ଟିବଡି ସ୍ତର ବୃଦ୍ଧି ସତ୍ତ୍ବେ ଚତୁର୍ଥ ଡୋଜ୍‌ କେବଳ ଭୂତାଣୁ ବିରୁଦ୍ଧରେ ଆଂଶିକ ପ୍ରତିରକ୍ଷା ପ୍ରଦାନ କରିଥାଏ ବୋଲି ଜଣାପଡ଼ିଛି।

ଏହାସହିତ ଇସ୍ରାଏଲର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶକ କହିଛନ୍ତି ଯେ ତଦନ୍ତର ଅର୍ଥ ନୁହେଁ ଯେ କରୋନା ବିରୁଦ୍ଧରେ ଚତୁର୍ଥ ଟିକାର ପ୍ରୟାସ ଭୁଲ।

Comments are closed, but trackbacks and pingbacks are open.