Latest Odisha News

BREAKING NEWS

କାହିଁକି ଜାଣନ୍ତୁ, ଷଷ୍ଠଥର ଲାଗି ମୁଖ୍ୟମନ୍ତ୍ରୀ ପାଳିବେନି ନିଜର ଜନ୍ମଦିନ !

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ନିଜର ଜନ୍ମଦିନ ପାଳିବେନି । ପ୍ରଳୟଙ୍କରୀ ବାତ୍ୟା ଫନୀ ଯୋଗୁଁ ଅନେକ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିଲା । ଏଥିଯୋଗୁଁ ଓଡ଼ିଶା ଜନସାଧାରଣଙ୍କ ବିପୁଳ ପରିମାଣର କ୍ଷୟକ୍ଷତି ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନିଜର ଜନ୍ମଦିନ ପାଳନ କରୁନାହାଁନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠଥର ଲାଗି ଏହିପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

୨୦୧୧

ମୁଖ୍ୟମନ୍ତ୍ରୀ ଏହିବର୍ଷ ପ୍ରଥମଥର ଲାଗି ନିଜର ଜନ୍ମଦିନ ପାଳନ କରିନଥିଲେ । ଏହି ବର୍ଷ ଓଡ଼ିଶାରେ ବନ୍ୟାଯୋଗୁଁ ଅନେକ କ୍ଷତି ଘଟିଥିବା କାରଣରୁ ନିଜର ୬୬ତମ ଜନ୍ମଦିବସ ପାଳନ କରିନଥିଲେ ନବୀନ ।

୨୦୧୩

ଭୟଙ୍କର ବାତ୍ୟା ଫାଇଲିନ ଯୋଗୁଁ ମୁଖ୍ୟମନ୍ତ୍ରୀ ଏହିବର୍ଷ ନିଜର ଜନ୍ମଦିବସ ପାଳନ ନକରିବାକୁ ଘୋଷଣା କରିଥିଲେ ।

୨୦୧୪

ହୁଡ଼ହୁଡ଼ ବାତ୍ୟା ଯୋଗୁଁ ନବୀନ ନିଜର ଜନ୍ମଦିନ ପାଳନ କରିବାକୁ ସ୍ପଷ୍ଟ ମନା କରିଦେଇଥିଲେ ।

୨୦୧୬

ଏହି ବର୍ଷ ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ଭାରତୀୟ ସେନା ସହିଦ ହୋଇଥିଲେ । ସହିଦଙ୍କ ସମ୍ମାନରେ ମୁଖ୍ୟମନ୍ତ୍ରୀ ନିଜର ଜନ୍ମଦିନ ପାଳନ କରିନଥିଲେ ।

୨୦୧୮

ଓଡ଼ିଶାରେ ତିତିଲି ବାତ୍ୟାଯୋଗୁଁ ଅନେକ କ୍ଷୟକ୍ଷତି ହୋଇଥିଲା । ତେଣୁ ନବୀନ ନିଜର ଜନ୍ମଦିବସ ପାଳନ କରିନଥିଲେ ।

୨୦୧୯

ଏଥର କିନ୍ତୁ, ପ୍ରଳୟଙ୍କରୀ ବାତ୍ୟା ଫନୀର ତାଣ୍ଡବ ଲୀଳା ଏଯାଏଁ ଓଡ଼ିଶାବାସୀଙ୍କ ମନରୁ ଲିଭିନାହିଁ ।

“ଓଡ଼ିଶାର ଜନସାଧାରଣ ହିଁ ମୋ ପରିବାର । ସେମାନଙ୍କର ଆଶୀର୍ବାଦ ମୋଲାଗି ପ୍ରେରଣାର ଉତ୍ସ । ଆସନ୍ତାକାଲି ଜୀବନବିନ୍ଦୁ ରକ୍ତ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି ଜାଣି ମୁଁ ବହୁତ ଖୁସି,”ବୋଲି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।

ସେ ତାଙ୍କର ଶୁଭେଚ୍ଛୁ ତଥା ଦଳୀୟ କର୍ମୀମାନଙ୍କ ଉଦ୍ଦେଶ୍ୟରେ ଅନୁରୋଧ କରି କହିଛନ୍ତି, ବୁଧବାର ଦିନ ନବୀନ ନୀବାସ ଆସିବା ପରିବର୍ତ୍ତେ ବିଭିନ୍ନ ଅନାଥ ଆଶ୍ରମ ଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ପାଖକୁ ଯାଆନ୍ତୁ ।

Comments are closed.