Latest Odisha News

BREAKING NEWS

‘ଏକାମ୍ର ସ୍ପୋର୍ଟସ ଲିଟେରାରୀ ଫେଷ୍ଟିଭାଲ’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଛି କ୍ରୀଡ଼ାକୁ ନେଇ ମେଗା କାର୍ଯ୍ୟକ୍ରମ ‘ଏକାମ୍ର ସ୍ପୋର୍ଟସ ଲିଟେରାରୀ ଫେଷ୍ଟିଭାଲ’ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା ଇଭେଣ୍ଟକୁ ଉଦଘାଟନ କରିଛନ୍ତି ।

ଏହି ମେଗା ସ୍ପୋର୍ଟସ ଇଭେଣ୍ଟ ଓଡ଼ିଶା ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ଏବଂ ଏମର୍ଜିଂ ସ୍ପୋର୍ଟସ ଆନୁକୂଲ୍ୟରେ ପ୍ରଥମଥର ଲାଗି ରାଜ୍ୟରେ ପ୍ରଥମଥର ଲାଗି ଅନୁଷ୍ଠିତ ହେଉଛି ।

ଏହି ସ୍ପୋର୍ଟସ ଇଭେଣ୍ଟକୁ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ ପ୍ରଥମଥର ଲାଗି ଅନୁଷ୍ଠିତ ହେଉଥିବା ଏହି ଫେଷ୍ଟିଭାଲ୍ ଲୋକଙ୍କ ମନରେ କ୍ରୀଡ଼ା ପ୍ରତି ଏକ ସ୍ୱତନ୍ତ୍ର ଉତ୍ସାହ ସୃଷ୍ଟି କରିବ । ଏହି ବିରାଟ ସ୍ପୋର୍ଟସ ଫେଷ୍ଟିଭାଲ୍ ମାଧ୍ୟମରେ କ୍ରୀଡ଼ା ଓ କ୍ରୀଡ଼ାକୁ ଭଲପାଉଥିବା ବ୍ୟକ୍ତିମାନଙ୍କୁ ଏକତ୍ରୀତ କରିପାରିବ । ଦେଶ ବିଦେଶରୁ ଆସି ଏହି ‘ଏକାମ୍ର ସ୍ପୋର୍ଟସ ଲିଟେରାରୀ ଫେଷ୍ଟିଭାଲ’ରେ ଅଂଶଗ୍ରହଣ କରୁଥିବା ମହାନ କ୍ରୀଡ଼ାବିତ, କୋଚ, କ୍ରୀଡ଼ାପ୍ରେମୀ ତଥା କ୍ରୀଡ଼ା ଲେଖକମାନଙ୍କୁ ଓଡ଼ିଶା ତରଫରୁ ସ୍ୱାଗତ କରୁଛି । ଆପଣମାନଙ୍କର ଏହି କାର୍ଯ୍ୟକ୍ରମରେ ଯୋଗଦାନ ଏଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟପ୍ରତି ବେଶ୍ ପ୍ରେରଣା ଓ ଉତ୍ସାହ ଯୋଗାଇପାରିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପକୁ ନେଇ ଏକ ରେଡ଼ି ରେକନର ର ଅନାଭରଣ କରିବା ସହିତ ‘ହକି ବାଇଟ୍ସ’ ନାମକ ଏକ ସ୍ପୋର୍ଟସ ମ୍ୟାଗାଜିନକୁ ଉନ୍ମୋଚନ କରିଥିଲେ ।

ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ଏହି ଫେଷ୍ଟିଭାଲରେ ଅଂଶଗ୍ରହଣ କରୁଥିବା ଦେଶ ବିଦେଶରୁ ନାମୀ କ୍ରୀଡ଼ାବିତମାନେ ପହଞ୍ଚିବାରେ ଲାଗିଛନ୍ତି । ଏହି ‘ଏକାମ୍ର ସ୍ପୋର୍ଟସ ଲିଟେରାରୀ ଫେଷ୍ଟିଭାଲ’ ରାଜଧାନୀରେ ଦୁଇଦିନ ଧରି ଚାଲିବ ।

ରାଜ୍ୟରେ ପ୍ରଥମଥର ଲାଗି ଅନୁଷ୍ଠିତ ହେଉଥିବା ଏହି ସ୍ପୋର୍ଟସ ଫେଷ୍ଟିଭାଲରେ ଯୋଗ ଦେଉଥିବା ବିଶ୍ୱର ପ୍ରସିଦ୍ଧ କ୍ରୀଡ଼ାବିତମାନେ ହେଲେ – ବେନ୍ ଜନସନ, ଅଷ୍ଟ୍ରେଲୀୟ ହକି ଆଇକନ ବ୍ରେଣ୍ଟ୍ ଲିଭୋର, ଭାରତୀୟ ମହିଳା ଆଥଲେଟ ଶାନ୍ତି ସୁନ୍ଦରରାଜନ, ପୂର୍ବତନ ଭାରତୀୟ ହକି ଅଧିନାୟକ ଧନରାଜ ପିଲ୍ଲେ ଏବଂ ଆହୁରି ଅନେକ ପ୍ରସିଦ୍ଧ ତାରକା ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, କିମ୍ବଦନ୍ତୀ ହକି ତାରକା ଦିଲ୍ଲୀପ ତିର୍କୀ ଓ ଅଜିତ ପାଲ ସିଂହ, ଅଲିମ୍ପିଆନ ଷ୍ଟିଫାନୀ ରାଇସ ଏବଂ କ୍ରୀଡ଼ା ସଚିବ ବିଶାଲ୍ ଦେବ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.