Latest Odisha News

BREAKING NEWS

ଡବଲ ମର୍ଡର ମାମଲା: ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରୁ ବହିଷ୍କୃତ ହେଲେ ଅନୁପ ସାଏ

ଭୁବନେଶ୍ୱର: ଡବଲ ମର୍ଡର ମାମଲାରେ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦ ଓ ବିଜେଡି ଦଳରୁ ବହିଷ୍କାର କରିଛନ୍ତି ।

ଅନୁପ ଅଗଷ୍ଟ ମାସ ୨୦୧୯ ମସିହାରେ ଏହି ଅଧ୍ୟକ୍ଷ ପଦ ପାଇଥିଲେ । ସେ ବିଜେପୁର ବିଧାନସଭା ସିଟ୍ ପାଇଁ ପ୍ରଚାର ସମିତିର ଅଧ୍ୟକ୍ଷ ମଧ୍ୟ ଥିଲେ । ଯେଉଁ ସିଟରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନ ଲଢ଼ିଥିଲେ ।

ବ୍ରଜରାଜନଗର ବିଧାନସଭା ସିଟରୁ ସେ ତିନି ଥର ବିଧାୟକ ହୋଇଥିଲେ । ୨୦୧୪ ମସିହାରେ କଂଗ୍ରେସ ଦଳ ଛାଡି ବିଜେଡିରେ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ, ଡବଲ ମର୍ଡର ମାମଲାରେ ପଚରାଉଚୁରା ପାଇଁ ଗତକାଲି ରାତିରେ ଅନୁପ ସାଏଙ୍କୁ ଛତିଶଗଡ ଚକ୍ରଧରନଗର ଥାନା ପୋଲିସ ଉଠାଇ ନେଇଥିଲା ।

ଏପ୍ରିଲ ୨୦୧୬ ମସିହାରେ କଳ୍ପନା ଦାସ(୩୨) ଓ ଝିଅ ପ୍ରଭାତି ଦାସ(୧୪)ଙ୍କ ହତ୍ୟା ହୋଇଥିଲା । ଏହି ମାମଲାରେ ପୋଲିସ ଅନୁପଙ୍କୁ ଗିରଫ କରିଛି । ଏବେ ସେ ପୋଲିସ ହେପାଜତରେ ଅଛନ୍ତି ।

Leave A Reply

Your email address will not be published.