Latest Odisha News

BREAKING NEWS

ମୟୂରଭଞ୍ଜରେ ହାତୀଦାନ୍ତ ଜବତ; ଗିରଫ ହେଲେ ୫ ଚୋରା ଚାଲାଣକାରୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧିନସ୍ଥ ଟିଟିଆ ଛକ ନିକଟରେ ବନ ବିଭାଗ ପକ୍ଷରୁ ଦୁଇଟି ହାତୀଦାନ୍ତ ଜବତ ହୋଇଛି । ହାତୀଦାନ୍ତ ଚୋରା ଚାଲାଣ କରୁଥିବା ଅଭିଯୋଗରେ ୫ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ବାରିପଦା-ଉଦଳା ରାସ୍ତାର ଟିଟିଆ ଛକ ନିକଟରେ ଗୁରୁବାର ଦିନ ସନ୍ଧ୍ୟାରେ ବନ ବିଭାଗ ପକ୍ଷରୁ ଚେକିଂ ଚାଲିଥିଲା । ଏକ ଅଟୋ ରିକ୍ସାରୁ ଏହି ହାତୀଦାନ୍ତ ଜବତ କରିଥିଲେ ବନ ବିଭାଗ କର୍ମଚାରୀ ।

ଚୋରା ଚାଲାଣକାରୀଙ୍କ ଠାରୁ ଜବତ ହୋଇଥିବା ଦୁଇଟି ହାତୀଦାନ୍ତ ମଧ୍ୟରୁ ଗୋଟିଏ ଦାନ୍ତର ଓଜନ ୭୦୦ ଗ୍ରାମ ହୋଇଥିବା ବେଳେ ଅନ୍ୟଟିର ଓଜନ ୬୦୦ ଗ୍ରାମ । ତେବେ ଏହି ଦାନ୍ତଗୁଡ଼ିକ ୮ରୁ ୧୦ ବର୍ଷର ହାତୀଛୁଆଙ୍କର ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହି ଅଭିଯୋଗରେ ଗିରଫ ହୋଇଥିବା ହାତୀଦାନ୍ତ ଚୋରା ଚାଲାଣକାରୀମାନେ ହେଲେ ଦେବେନ୍ଦ୍ର ମାହାଲି, ଜଗନ୍ନାଥ ସିଂ, ପଙ୍କଜ ମାହାଲି, ସୁଶାନ୍ତ ସିଂ ଏବଂ ବିନୁ ସିଂ । ଏଥିସହିତ ଅଟୋ ରିକ୍ସାକୁ ମଧ୍ୟ ଜବତ କରାଯାଇଛି ।

Leave A Reply

Your email address will not be published.