Latest Odisha News

BREAKING NEWS

ହିରୋ ଇଲାଇଟ୍ ଲିଗ୍‌: ବାଇଚୁଙ୍ଗ୍ ଭୁତିଆ ଫୁଟବଲ କ୍ଲବକୁ ୫-୨ ଗୋଲରେ ପରାସ୍ତ କଲା ‘ଓଡ଼ିଶା ଏଫସି

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଚାଲିଥିବା ୧୮ ବର୍ଷରୁ କମ୍ ‘ହିରୋ ଇଲାଇଟ୍ ଲିଗ୍ ୨୦୧୯-୨୦’ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଗୁରୁବାର ଦିନ ଖେଳାଯାଇଥିବା ଏକ ମ୍ୟାଚରେ ଭୁବନେଶ୍ୱରର ଓଡ଼ିଶା ଏଫସି ୫-୨ ଗୋଲରେ ପରାସ୍ତ କରିଛି ।

ଓଡ଼ିଶା ଏଫସି ପକ୍ଷରୁ ଅକ୍ଷୁନ୍ନ ତ୍ୟାଗୀ ହ୍ୟାଟ୍ରିକ୍ ଅର୍ଜନ କରିଥିବା ବେଳେ ଦଳର ଅନ୍ୟତମ ଖେଳାଳି ଋଷଭ ଦୋବ୍ରିୟାଲ୍ ୨ଟି ଗୋଲ୍ ସ୍କୋର କରିଛନ୍ତି ।

ମ୍ୟାଚ ଆରମ୍ଭରୁ ଓଡ଼ିଶା ଦଳ ବାଇଚୁଙ୍ଗ ଭୁତିଆ ଫୁଟବଲ୍ କ୍ଲବ ଉପରେ ଚାପ ପ୍ରୟୋଗ କରି ଖେଳିଥିଲା । ମ୍ୟାଚର ୨୩ ଓ ୨୮ ମିନିଟରେ ଓଡ଼ିଶା ପକ୍ଷରୁ ଋଷଭ ୨ଟି ସୁନ୍ଦର ଗୋଲ୍ ସ୍କୋର କରିଥିବା ବେଳେ ୩୫ ମିନିଟରେ ଅପରପକ୍ଷର ରାହୁଲ୍ ନେପାଳୀ ଏକ ଗୋଲ୍ ସ୍କୋର କରିଥିଲେ । ମାତ୍ର ୪ ମିନିଟ ପରେ ଅକ୍ଷୁନ୍ନ ଏକ ଗୋଲ୍ ସ୍କୋର କରି ଓଡ଼ିଶା ଦଳକୁ ୩-୧ରେ ଅଗ୍ରଣୀ କରାଇଥିଲେ ।

ଖେଳର ୫୭ ମିନିଟରେ ବାଇଚୁଙ୍ଗ ଭୁତିଆ ଫୁଟବଲ୍ କ୍ଲବ ପକ୍ଷରୁ କୁଶଲ୍ ଥାପ୍ପା ଆଉ ଏକ ଗୋଲ ସ୍କୋର କରିଥିଲେ । ଏହାପରେ ଅକ୍ଷୁନ୍ନ ଆଉ ଦୁଇଟି ଗୋଲ୍ ସ୍କୋର କରି ୫-୨ରେ ଓଡ଼ିଶା ଏଫସି ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.