Latest Odisha News

ସମସ୍ତ ସରକାରୀ ବିଦ୍ୟାଳୟର ନାମଫଳକ ଓଡିଆରେ ଲେଖିବାକୁ କଡ୍ଡା ନିର୍ଦ୍ଦେଶ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକର ନାମଫଳକ ଓଡିଆ ଭାଷାରେ ଲେଖାଯିବା ନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

 

ସୂଚନା ଅନୁଯାୟୀ ଫଳକରେ ଲେଖାଯିବାକୁ ଥିବା ଅକ୍ଷର ଗୁଡିକ ଆକାରରେ ବଡ ହେବା ସହ ଏହାର ରଙ୍ଗ ଗୋଟିଏ ପ୍ରକାରର ରହିବ । ଲେଖାର ପ୍ରଚ୍ଛଦପଟ ଗୁଡିକ ଟେରାକୋଟା ରଙ୍ଗର ହେବା ସହ ଅକ୍ଷର ଗୁଡିକ ଧଳା ରଙ୍ଗରେ ଲେଖାଯିବ । ନାମ ଫଳକରେ ଉକ୍ତ ସରକାରୀ ବିଦ୍ୟାଳୟର ନାମ ଲେଖିବା ସହ କେବେ ପ୍ରତିଷ୍ଠା ହୋଇଥିଲା ଏବଂ କେତୋଟି ଶ୍ରେଣୀରେ ଶିକ୍ଷାଦାନ କରାଯାଉଛି, ସେ ସମ୍ବନ୍ଧରେ ମଧ୍ୟ ଉଲ୍ଲେଖ ରହିବ ।

ଏଥିସହିତ ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓପେପା ଓ ଓଡିଶା ମାଧ୍ୟମିକ ଶିକ୍ଷା ମିସନ ଗୁଡିକୁ ଏହି ନିୟମ ପାଳନ କରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.