ଭୁବନେଶ୍ୱର: ଆଜି ସକାଳେ ଦିନିକିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବେ। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଡାକିଥିବା ବୈଠକରେ ସେ ସାମିଲ ହେବେ। ଭାରତ ଜି-୨୦ ଅଧ୍ୟକ୍ଷ ପଦ ପାଇବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ନବୀନଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅନ୍ୟାନ୍ୟ ମନ୍ତ୍ରୀ ଏବଂ ଅଥିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାରପରେ ଆସନ୍ତାକାଲି ନବୀନ ଭୁବନେଶ୍ୱର ଫେରିବେ।
ସୂଚନାଯୋଗ୍ୟ, ଇଣ୍ଡୋନେସିଆରୁ ଜି-୨୦ ଦାୟିତ୍ୱ ଭାରତ ଗ୍ରହଣ କରିଛି । ଭାରତ ଜି-୨୦ ବୈଠକ ପ୍ରାୟ ୫୦ ଟି ସହରରେ ୨୦୦ରୁ ଅଧିକ ବୈଠକ କରିବ। ଯାହା ସେପ୍ଟେମ୍ବର ୨୦୨୩ରେ ରାଜଧାନୀ ଦିଲ୍ଲୀରେ ଶେଷରେ ଏକ ଶିଖର ସମ୍ମିଳନୀ ଆୟୋଜିତ ହେବ।
ଜି -୨୦ ପ୍ରତି ଦେଶର ଆଭିମୁଖ୍ୟକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱସ୍ତରୀୟ ସମସ୍ୟାର ମୁକାବିଲା ପାଇଁ ଅନ୍ତର୍ଜାତୀୟ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି, “ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଏବଂ ମହାମାରୀର ଆହ୍ୱାନଗୁଡ଼ିକ ପରସ୍ପର ସହିତ ଲଢେଇ ଦ୍ୱାରା ନୁହେଁ, କେବଳ ଏକାଠି କାମ କଲେ ସମାଧାନ ହୋଇପାରିବ।
Comments are closed.