Latest Odisha News

BREAKING NEWS

ବାର୍ଷିକ ୫୫ ଲକ୍ଷ ଟଙ୍କାର ଦରମା ଥିବା ଚାକିରି ପାଇଲେ ଭୁବନେଶ୍ୱର ଆଇଆଇଟିର ଛାତ୍ରୀ

ଭୁବନେଶ୍ୱର: ଆଇଆଇଟି କ୍ୟାମ୍ପସରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ନିଯୁକ୍ତି ଅଭିଯାନରେ ଜଣେ ଛାତ୍ରୀ ୫୫ ଲକ୍ଷ ଟଙ୍କାର ଚାକିରୀ ଅଫର ପାଇଛନ୍ତି। କମ୍ପ୍ୟୁଟର ସାଇନ୍ସର ଇଞ୍ଜିନିୟରିଂର ଛାତ୍ରୀ ସାଇ ଗିରି ନନ୍ଦିନୀ ଉଡଠୁ ଏହି ଚାକିରି ଅଫର ପାଇଛନ୍ତି । ଜଣେ ଛାତ୍ରୀଙ୍କୁ ମିଳିଥିବା ସର୍ବାଧିକ ପ୍ରି-ପ୍ଲେସମେଣ୍ଟ ଅଫରରେ ଏହା ସବୁଠା ସର୍ବାଧିକ ବୋଲି ସୂଚନା ରହିଛି । ପୂର୍ବରୁ ଏହି ଅନୁଷ୍ଠାନରେ ସର୍ବାଧିକ ବାର୍ଷିକ ଦରମା ପ୍ୟାକେଜ୍ ପ୍ରାୟ ୪୫ ଲକ୍ଷ ଟଙ୍କା ଥିଲା ବୋଲି ଜଣାପଡିଛି।

ମାର୍ଚ୍ଚ ୨୩ ତାରିଖ ଯାଏ ହେବାକୁ ଥିବା ଏହି ନିଯୁକ୍ତି ପ୍ରକ୍ରିୟାରେ ୧୫୦ରୁ ୧୭୦ଟି କମ୍ପାନୀ ଭାଗ ନେବେ ବୋଲି ସୂଚନା ମିଳିଛି । ବଜାରରେ ମାନ୍ଦାବସ୍ଥା ଏବଂ କୋଭିଡ ପରବର୍ତ୍ତୀ ଆହ୍ୱାନ ସତ୍ତ୍ୱେ ୧୪୬ ଜଣ ଛାତ୍ରଛାତ୍ରୀ ଏବେ ସୁଦ୍ଧା ଶୀର୍ଷ ବହୁରାଷ୍ଟ୍ରୀୟ କମ୍ପାନୀ ଏବଂ ଅନ୍ୟାନ୍ୟ କମ୍ପାନୀରୁ ଚାକିରି ଅଫର ପାଇଛନ୍ତି। କମ୍ପାନୀର ହାରାହାରି ଖର୍ଚ୍ଚ ବର୍ଷକୁ ପ୍ରାୟ ୨୦ ଲକ୍ଷ ଟଙ୍କା ହୋଇଥାଏ। ଆଇଆଇଟି-ଭୁବନେଶ୍ୱରର ନିର୍ଦ୍ଦେଶକ ଶ୍ରୀପଦ କରମଲକର କହିଛନ୍ତି, “ଅନେକ କମ୍ପାନୀ କିଛି ୟୁନିକ୍ ଜବ୍ ରୋଲ୍ ପାଇଁ ଛାତ୍ରୀମାନଙ୍କୁ ନିୟୁକ୍ତି ଦେଇଥିଲେ।

ସୂଚନାଯୋଗ୍ୟ, ଦିଲ୍ଲୀ, ବମ୍ବେ ଓ କାନପୁର ଆଇଆଇଟିର ତିନି ଜଣ ଛାତ୍ରଛାତ୍ରୀଙ୍କୁ ଗ୍ଲୋବାଲ ପ୍ରୋପ୍ରାଇଟରି ଟ୍ରେଡିଂ ଫାର୍ମ ଜେନ ଷ୍ଟ୍ରିଟ୍ ପକ୍ଷରୁ ଫାଇନାଲ୍ ପ୍ଲେସମେଣ୍ଟ୍ ସିଜିନର ପ୍ରଥମ ଦିନରେ ଇଣ୍ଟରନ୍ୟାସନାଲ ପୋଷ୍ଟିଂ ପାଇଁ ୪ କୋଟି ଟଙ୍କାର ପ୍ରି-ପ୍ଲେସ୍ମେଣ୍ଟ୍ ଅଫର୍ ମିଳିଥିଲା। ସେହିପରି ଆଇଆଇଟି ଗୌହାଟୀ ୨.୪ କୋଟି ଟଙ୍କାର ସର୍ବାଧିକ ଅନ୍ତର୍ଜାତୀୟ ଅଫର ପାଇଥିବା ବେଳେ ରୁରକି କ୍ୟାମ୍ପସରେ ଜଣେ ଛାତ୍ରଙ୍କୁ ୧.୦୬ କୋଟି ଟଙ୍କାର ଅନ୍ତର୍ଜାତୀୟ ଅଫର ମିଳିଥିବା ବେଳେ ଆଉ ଜଣେ ଛାତ୍ରଙ୍କୁ ୧.୩୦ କୋଟି ଟଙ୍କାର ଘରୋଇ କମ୍ପାନୀର ଅଫର ମିଳିଛି। ଆଇଆଇଟି ମାଡ୍ରାସର ଛାତ୍ରଛାତ୍ରୀଙ୍କୁ ଗୁରୁବାର ନିଯୁକ୍ତି ଅଭିଯାନର ପ୍ରଥମ ଦିନରେ ବାର୍ଷିକ ୧ କୋଟି ଟଙ୍କାରୁ ଅଧିକ ଦରମା ପ୍ୟାକେଜ ସହିତ ୨୫ଟି ଅଫର ମିଳିଛି।

Leave A Reply

Your email address will not be published.