Latest Odisha News

BREAKING NEWS

ସନ୍ଧ୍ୟାରେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିର ଯିବେ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିପାରନ୍ତି ବୋଲି ସୂଚନା ମିଳିଛି ।ଏକାମ୍ର ଯୋଜନାର ସମୀକ୍ଷା କରିପାରନ୍ତି ମୁଖ୍ୟମନ୍ତ୍ରୀ ।ଏକାମ୍ର ଯୋଜନାରେ ଲିଙ୍ଗରାଜ ମନ୍ଦିର ଏବଂ ଏହାର ଚତୁଃପାର୍ଶର ଉନ୍ନତି କରାଯାଉଛି ।

ଭକ୍ତଙ୍କ ପାଇଁ ବିଭିନ୍ନ ସୁବିଧା ମଧ୍ୟ କରାଯାଉଛି ।ଲୋକମାନେ ଯିବା ଆସିବା କରିବା ପାଇଁ ପାଦଚଲା ପଥକୁ ମଧ୍ୟ ଉନ୍ନତି କରଣ କରାଯାଉଛି ।ଏକାମ୍ର ସୌନ୍ଦର୍ଯ୍ୟ କରଣ ପାଇଁ ମୁଖ୍ୟମନ୍ତ୍ରୀ କୋଟିକୋଟି ଟଙ୍କା ବ୍ୟୟ ବରାଦ କରିଥିଲେ । ସେହି ଅନୁସାରେ କାମ ମଧ୍ୟ ଚାଲିଛି ।ଏହି ସବୁର ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ଲିଙ୍ଗରାଜ ମନ୍ଦିର ଯାଇପାରନ୍ତି ବୋଲି ସୂଚନା ମିଳିଛି ।

Comments are closed, but trackbacks and pingbacks are open.