Latest Odisha News

BREAKING NEWS

ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ସିରିଜ: କୋହଲିଙ୍କୁ ବିଶ୍ରାମ ଦିଆଯାଇପାରେ, ଜାଡେଜା ଫେରିବେ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ସିରିଜରେ ଭାରତୀୟ ଦଳରେ ବଡ ଧରଣର ପରିବର୍ତନ କରାଯିବ ବୋଲି କ୍ରିକବଜରେ ଖବର ପ୍ରକାଶ ପାଇଛି । ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଟି୨୦ ସିରିଜରେ ବିଶ୍ରାମ ଦିଆଯାଇପାରେ । ସେହିପରି ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମରାହ ଦଳକୁ ଫେରିବା ଏକପ୍ରକାର ନିଶ୍ଚିତ ହୋଇଛି । ରୋହିତ ଶର୍ମାଙ୍କୁ ୩ଟି ଯାକ ଫର୍ମାଟର ଅଧିନାୟକ ଭାବେ ନିଯୁକ୍ତ କରାଯିବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ମୋହାଲୀରେ କୋହଲି ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବେ । ଫେବୃୟାରୀ ୨୪, ୨୬ ଓ ୨୭ରେ ୩ଟି ଯାକ ଟି୨୦ ମ୍ୟାଚ ଧର୍ମଶାଳାରେ ଖେଳାଯିବ । ଏହା ପରେ ପ୍ରଥମ ଟେଷ୍ଟ ମାର୍ଚ୍ଚ ୪ରୁ ମୋହାଲୀରେ ଏବଂ ଦ୍ୱିତୀୟ ଟେଷ୍ଟ ମାର୍ଚ୍ଚ ୧୨ରୁ ବାଙ୍ଗାଲୋରରେ ଖେଳାଯିବ ।

Comments are closed, but trackbacks and pingbacks are open.