Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ୧୭ରେ ସୁରଟ ଗସ୍ତ କରିବେ

ଭୁବନେଶ୍ୱର : ପ୍ରବାସୀ ଓଡିଆ ମାନଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ୧୭ ତାରିଖରେ ସୁରଟ ଗସ୍ତ କରିବେ ।

ମିଳିଥିବା ସୂଚନା ଅନୁଯାୟୀ ସୁରଟରେ ରହୁଥିବା ପ୍ରବାସୀ ଓଡିଆଙ୍କ ଏକ ପ୍ରତିନିଧି ମଣ୍ଡଳ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ସାକ୍ଷାତ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସୁରଟ ଗସ୍ତ କରିବାକୁ ଆମନ୍ତ୍ରଣ କରିଥିଲେ ।

ଅନ୍ୟପକ୍ଷରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ଅନୁରୋଧ ରକ୍ଷା କରି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳକୁ ସୁରଟ ଗସ୍ତରେ ପଠାଇଥିଲେ । ଏଥିସହିତ ନବୀନ ସେମାନଙ୍କ ସହରକୁ ଯାଇ ପ୍ରବାସୀ ଓଡିଆଙ୍କ ସହ ସାକ୍ଷାତ କରିବେ ବୋଲି ଆଶ୍ୱାସନା ମଧ୍ୟ ଦେଇଛନ୍ତି ।

ଆହୁରି ମଧ୍ୟ ଏହି ବୈଠକ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି “ଭୁବନେଶ୍ୱରରୁ ସୁରଟକୁ ସିଧାସଳଖ ବିମାନ ଚଳାଚଳ ସେବା ଏବଂ ଟ୍ରେନ ସେବା ଆରମ୍ଭ କରିବା ପାଇଁ ସେ କେନ୍ଦ୍ରକୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି” ।

Leave A Reply

Your email address will not be published.