ଭୁବନେଶ୍ୱର: ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର କରିବା ପାଇଁ ଆଗେଇ ଆସିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ପୃକ୍ତ ରାଜ୍ୟ ଫସିଥିବା ଓଡ଼ିଆ ଲୋକଙ୍କୁ ସହାୟତାର ହାତ ବଢ଼ାନ୍ତୁ ବୋଲି ଚିଠିରେ ନବୀନ ଅପିଲ କରିଛନ୍ତି । ଏଥିପାଇଁ ଯାହା ଖର୍ଚ୍ଚ ହେବ ତାହା ଓଡ଼ିଶା ସରକାର ବହନ କରିବ ବୋଲି ନବୀନ କହିଛନ୍ତି । ଏନେଇ ସମ୍ପୃକ୍ତ ଜିଲ୍ଳାର ଜିଲ୍ଲାପାଳଙ୍କୁ ଅବଗତ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ।
କରୋନା ପାଇଁ ସାରା ଦେଶ ୨୧ ଦିନ ପାଇଁ ପୁରା ଲକ ଡାଉନ୍ ରହିଛି । ଏପରି ସ୍ଥିତିରେ ବିଭିନ୍ନ ରାଜ୍ୟରେ ଅନେକ ଓଡ଼ିଆ ଫିସି ରହିଛନ୍ତି । ସେମାନେ ଭିଡିଓ ମେସେଜରେ ବାର୍ତ୍ତା ପଠେଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି । ଏଭଳି ପରିସ୍ଥିତିରେ ନବୀନ ସମ୍ପୃକ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ସେମାନଙ୍କ ଉଦ୍ଧାର ପାଇଁ ବାଟ ଫିଟିବ ବୋଲି ଆଶା କରାଯାଉଛି ।
BREAKING NEWS
- ବ୍ରିକ୍ସ ୨୦୨୬ର ନୂଆ ଲୋଗୋ ଓ ୱେବସାଇଟ୍ ଲଞ୍ଚ କଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର
- ହ୍ୟୁମାନ୍ ସାଗର ମୃତ୍ୟୁ ମାମଲା: ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ
- ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ବିବାହର ନିଷ୍ପତ୍ତିରେ ଝିଅର ସ୍ବୀକୃତି ନେବା ନିତ୍ୟାନ୍ତ ଆବଶ୍ୟକ..
- Rashami Desai: ୮ ବର୍ଷ ଧରି ଡିପ୍ରେସନରେ ଥିଲେ ରଶ୍ମୀ ଦେଶାଇ.. ନିଜ କଥା କଲେ ଖୁଲାସା
- ଗାର୍ଲଫ୍ରେଣ୍ଡ୍ ସୋଫିଙ୍କ ସହ ନିର୍ବନ୍ଧ କଲେ ଶିଖର ଧାୱନ…
- Trump On Supreme Court Ruling On Tariffs: “ବରବାଦ୍ ହୋଇଯିବ ଆମେରିକା…”; ଭୟରେ ଟ୍ରମ୍ପ!
- ବାପା-ମାଙ୍କୁ ହଇରାଣ କଲେ ୧୦ ପ୍ରତିଶତ ଦରମା କଟାଯିବ
- ୧୪ରୁ କିଟରେ ଚେସ୍ ମହାକୁମ୍ଭ ଆରମ୍ଭ
- Ganja Smuggled: ପାଣି ବୋତଲଗାଡିରୁ ୧ କ୍ଵିଣ୍ଟାଲ ୬୦ କେଜି ଗଞ୍ଜେଇ ଜବତ, ୨ ଗିରଫ
- Blood-Written Letter to President: ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଲେ ଅଧ୍ୟାପିକା
Comments are closed.