Latest Odisha News

ସେପ୍ଟେମ୍ବରରେ ଏହି ତିନି ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ୱର: ସେପ୍ଟେମ୍ବର ମାସରେ ତିନି ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ । ବର୍ତ୍ତମାନ ସପ୍ତଦଶ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ସେପ୍ଟେମ୍ବର ୨ ତାରିଖ, ୯ ତାରିଖରେ ନୂଆଖାଇ ପରିପ୍ରେକ୍ଷୀରେ ସ୍ଵତନ୍ତ୍ର ସରକାରୀ ଛୁଟି ଓ ସେପ୍ଟେମ୍ବର ୧୬ ତାରିଖରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ ସରକାରୀ ଛୁଟି ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ।

ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରିଯାଇଛି । ତେବେ ଜନ ଅଭିଯୋଗ ଶୁଣାଣିର ପରବର୍ତ୍ତୀ ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ସୂଚନା ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Comments are closed.