Latest Odisha News

BREAKING NEWS

ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ ପ୍ରସଙ୍ଗ: ଏସମ୍ପର୍କରେ କୌଣସି ଚିଠି ପାଇନଥିବା କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁରୀ ଶ୍ରୀମନ୍ଦିରରେ ସପତ୍ନୀକ ଦର୍ଶନ କରିବାକୁ ଆସିଥିଲେ ଭାରତର ମହାମାନ୍ୟ ରାଷ୍ଟ୍ରପତି । ଶ୍ରୀମନ୍ଦିର ମଧ୍ୟରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମରେ ଆଲୋଚିତ ହେବାରେ ଲାଗିଛି । ଏପ୍ରସଙ୍ଗରେ ମୁହଁଖୋଲି ଆଜି ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, “ଏସମ୍ପର୍କରେ ରାଷ୍ଟ୍ରପତି ଭବନରୁ କୌଣସି ଚିଠି ଆମେ ପାଇନାହୁଁ” ।

ତେବେ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀଙ୍କ କହିବା କଥାହେଲା, ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଗସ୍ତ ପୂର୍ବରୁ ଆମ ପାଖକୁ ସୁରକ୍ଷା ନିମନ୍ତେ ଚିଠି ଆସିଥିଲା । ରାଷ୍ଟ୍ରପତିଙ୍କ ନିକଟକୁ କୌଣସି ସେବାୟତ ବା ଅନ୍ୟ କୌଣସି ବ୍ୟକ୍ତି ଯିବେ ନାହିଁ ବୋଲି ସେହି ଚିଠିରେ ଉଲ୍ଲେଖ ରହିଥିବା କଥା କହିଛନ୍ତି ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ । ସମସ୍ତ କଥା ସେବାୟତମାନଙ୍କୁ ମଧ୍ୟ ଜଣାଇଦିଆଯାଇଥିଲା ।

କିନ୍ତୁ ଦର୍ଶନ କରିବା ସମୟରେ କିଛି ବ୍ୟକ୍ତିବିଶେଷ ସୁରକ୍ଷା ବ୍ୟବସ୍ଥାକୁ ଉଲ୍ଲଂଘନ କରି ରାଷ୍ଟ୍ରପତିଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ । ଏସମ୍ପର୍କରେ ଆମେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଛୁ ବୋଲି ଗଣମାଧ୍ୟମକୁ କହିଛନ୍ତି ପୁରୀ ଏସପି ।

Leave A Reply

Your email address will not be published.