ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୭ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୭,୧୬୧ କରୋନା ନମୁନା ପରୀକ୍ଷା ହୋଇଛି।
ଏଥିମଧ୍ୟରୁ ୩୭,୦୪୩ ଜଣଙ୍କର ଆଣ୍ଟିଜେନ, ୬୦୪୭ ଟି ଆରଟିପିସିଆର୍ ଓ ୩୦୪ ଟି ଟ୍ରୁନଟ୍ ପରୀକ୍ଷା ହୋଇଛି ବୋଲି ସୂଚନା ମିଳିଛି ।
ଲଗାତାର କିଛି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ବା ଏହାର ପାଖାପାଖି ନମୁନା ପରୀକ୍ଷା ହେବା ଫଳରେ ନମୁନା ପରୀକ୍ଷଣ ସଂଖ୍ୟା ଇତିମଧ୍ୟରେ ୨୫ ଲକ୍ଷ ଟପିଲାଣି ।
ଟେଷ୍ଟିଂ ବଢିବା କାରଣରୁ ରାଜ୍ୟରେ ସଂକ୍ରମିତଙ୍କ ତାଲିକା ମଧ୍ୟ ବଢ଼ିବାରେ ଲାଗିଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୫୧୩୦ କୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ରହିଛି ୩୨ ହଜାର ୩୧୨ ଓ ସୁସ୍ଥ ହେଲେଣି ୧ ଲକ୍ଷ ୨୧ ହଜାର ୮୫ ଜଣ।
Comments are closed.