Latest Odisha News

BREAKING NEWS

“ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ମୁଁ କେବେ କହିନାହିଁ “: ଅଙ୍କିତା ଲୋଖଣ୍ଡେ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ କହିଛନ୍ତି ଯେ, ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଥିବା ସେ କେବେ ଦାବି କରି ନାହାଁନ୍ତି କିନ୍ତୁ ତାଙ୍କ ବନ୍ଧୁ ସୁଶାନ୍ତ ଏବଂ ତାଙ୍କ ପରିବାର ପାଇଁ ନ୍ୟାୟ ଚାହୁଁଛନ୍ତି। ତେବେ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ଗିରଫ କରିବା ପରେ ଅଙ୍କିତା ତାଙ୍କ ଟ୍ୱିଟର ୱାଲରେ “ଜଷ୍ଟିସ” ବୋଲି ଲେଖି ପୋଷ୍ଟ କରିଥିଲେ ଅଙ୍କିତା।

ମଙ୍ଗଳବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ଗିରଫ ହୋଇଛନ୍ତି। ଏହାପରେ ଅଙ୍କିତା ପୋଷ୍ଟ କରିଥିଲେ ଯେ, “ଭାଗ୍ୟ ବଶତଃ କିଛି ହୋଇନଥାଏ ଆପଣ ନିଜ କାର୍ଯ୍ୟ ଦ୍ୱାରା ନିଜ ଭାଗ୍ୟ ସୃଷ୍ଟି କରନ୍ତି। ତାହା ହିଁ ହେଉଛି କର୍ମ।”

ଏହାସହ ଅଙ୍କିତା ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ” ମୋତେ ଗଣମାଧ୍ୟମରେ ବାରମ୍ବାର ପଚରାଉଚରା ଯାଇଛି ସୁଶାନ୍ତଙ୍କ ମୃତ୍ୟୁ ଏକ ହତ୍ୟା କିମ୍ବା ଆତ୍ମହତ୍ୟା ? ମାତ୍ର ମୁଁ ଏହା କେବେ କହି ନାହିଁ ଯେ ଏହା ଏକ ହତ୍ୟା କିମ୍ବା ବିଶେଷ ଭାବରେ ଏଥିପାଇଁ କେହି ଦାୟୀ ବୋଲି।

“ମୁଁ ସର୍ବଦା ମୋର ସ୍ୱର୍ଗତ ବନ୍ଧୁ ସ୍ବର୍ଗତ ସୁଶାନ୍ତଙ୍କୁ ନ୍ୟାୟକୁ ଦେବାକୁ ଦାବି କରିଛି ଏବଂ ତାଙ୍କ ଶୋକସନ୍ତପ୍ତ ପରିବାର ପାଖରେ ଛିଡା ହୋଇଛି । ନିଜକୁ ଜଣେ “ମହାରାଷ୍ଟ୍ରର ଝିଅ ଏବଂ ଭାରତର ନାଗରିକ” ବୋଲି କହି ଅଙ୍କିତା କହିଛନ୍ତି ଯେ ରାଜ୍ୟ ସରକାର ଏବଂ କେନ୍ଦ୍ର ଅନୁସନ୍ଧାନକାରୀ ସଂସ୍ଥା ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଥିବା” ସେ କହିଛନ୍ତି।

୩୪ ବର୍ଷୀୟ ସୁଶାନ୍ତଙ୍କ ମୃତ ଗତ ଜୁନ୍ ମାସରେ ତାଙ୍କ ବାନ୍ଦ୍ରା ସ୍ଥିତ ଆପାର୍ଟମେଣ୍ଟରୁ ମିଳିଥିଲା। ତାଙ୍କ ମୃତ୍ୟୁ ଗଣମାଧ୍ୟମରେ ଅନେକ ବାଦ ବିବାଦ ସୃଷ୍ଟି କରିଛି। ଟିଭି ଶୋ “ପବିତ୍ର ରିସ୍ତା” ସେଟରେ ସୁଶାନ୍ତଙ୍କ ସହ ଅଙ୍କିତାଙ୍କର ଭେଟ ହୋଇଥିଲା । ୨୦୧୬ ଯାଏଁ ପରସ୍ପର ପରସ୍ପରକୁ ଡେଟ ମଧ୍ୟ କରୁଥିଲେ।

Leave A Reply

Your email address will not be published.