Latest Odisha News

BREAKING NEWS

କାବୁ ପାଉଛି କରୋନା: ଦେଶରେ ୫୦ ହଜାରକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମଣ କ୍ରମାଗତ ଭାବରେ ଖସିବାରେ ଲାଗିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୦ହଜାର ୪୦୭ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ପାଖାପାଖି ୧୦ ହଜାର କମ୍ ସଂକ୍ରମିତ ବାହାରିଛନ୍ତି । ଦେଶରେ ପଜିଟିଭ୍ ହାର ରହିଛି ୩.୪୮ ପ୍ରତିଶତ ।

ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ବି କ୍ରମାଗତ ଖସୁଛି । ହଜାରେ ତଳେ ରହିଛି ଡେଥ୍ କେସ୍ । ୨୪ ଘଣ୍ଟାରେ ଆଉ ୮୦୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୫ଲକ୍ଷ ୭ହଜାର ୯୮୧କୁ ବୃଦ୍ଧି ପାଇଛି ।

ସଂକ୍ରମଣ ସହ ଦେଶରେ ସୁସ୍ଥହାର ବି ବଢୁଛି । ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଆଉ ୧ଲକ୍ଷ ୩୬ହଜାର ୯୬୨ ଆକ୍ରାନ୍ତ । କୋଭିଡ୍ ଆକ୍ଟିଭ୍ କେସ୍ ସଂଖ୍ୟା ୬ଲକ୍ଷ ୧୦ହଜାର ୪୪୩କୁ ହ୍ରାସ ପାଇଲାଣି । ମୋଟ୍ ଆକ୍ରାନ୍ତଙ୍କର ୧.୪୩ ପ୍ରତିଶତ ରହିଛି ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.