Latest Odisha News

BREAKING NEWS

ବନ୍ଦର ଭିନ୍ନ ଦିଗ; ଭୁବନେଶ୍ୱରରେ ସାଇକେଲ ଚଳାଇ ସୁରଙ୍କ ପ୍ରତିବାଦ, ଆଠଗଡ଼ରେ ଆନ୍ଦୋଳନକାରୀ ବାଣ୍ଟୁଛନ୍ତି ଚକଲେଟ୍

ଭୁବନେଶ୍ୱର: କଂଗ୍ରେସ ବନ୍ଦ ଡାକରା ଦେଲେ ପ୍ରାୟତଃ ଲୋକେ ଡରି ଯାଆନ୍ତି । କାରଣ କଂଗ୍ରେସ ଯେତେବେଳେ ବି ବନ୍ଦ ପାଳନ କରିଛି । ସେତେବେଳେ ଛୋଟ ମୋଟ ହିଂସା ଘଟିଛି । ତେବେ ଆଜି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦରେ କୌଣସି ସ୍ଥାନରେ କିଛି ହିଂସା ଦେଖିବାକୁ ମିଳିନାହିଁ । କଂଗ୍ରେସ କର୍ମୀ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦରେ ସାମିଲ୍ ହେବାକୁ ଲୋକଙ୍କୁ ଆହ୍ୱାନ କରୁଛନ୍ତି ।

Odisha Congress Bandh, See The Differences In Pics

ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମଧ୍ୟ କଂଗ୍ରେସ କର୍ମୀ ପିକେଟିଂ କରୁଛନ୍ତି । ତୈଳଦର ବୃଦ୍ଧି ସହ ଅନ୍ୟ ପ୍ରସଙ୍ଗରେ କଂଗ୍ରେସ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ରାଜଧାନୀରେ ସାଇକେଲ୍ ଚଢ଼ି ପ୍ରତିବାଦ କରିଛନ୍ତି କଂଗ୍ରେସ ନେତା । ଜଟଣୀ ବିଧାୟକ ସୁର ରାଉତରାୟ ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ସାଇକେଲ୍ ଚଢ଼ି ତୈଳଦର ବୃଦ୍ଧିର ପ୍ରତିବାଦ କରିଛନ୍ତି ।

Odisha Congress Bandh, See The Differences In Pics

ଅନ୍ୟପଟେ କଟକର ଆଠଗଡ଼ରେ ଆନ୍ଦୋଳନକାରୀ ଚକଲେଟ୍ ବାଣ୍ଟୁଥିବା ଦେଖିବାକୁ ମିଳିଛି । ବନ୍ଦ ବେଳେ ଘରୁ କୌଣସି କାମରେ ବାହାରି ଆସିଥିବା ଲୋକଙ୍କୁ ଆନ୍ଦୋଳନକାରୀ ଚକଲେଟ୍ ଦେଇ ବୁଝାଉଛନ୍ତି । କହୁଛନ୍ତି- ‘ଚକଲେଟ୍ ଖାଆନ୍ତୁ, ଆନ୍ଦୋଳନକୁ ସମର୍ଥନ କରନ୍ତୁ ।’

Odisha Congress Bandh, See The Differences In Pics

ସେହିଭଳି ନବରଙ୍ଗପୁର ଜିଲ୍ଲାର ଉମରକୋଟରେ କଂଗ୍ରେସ ବନ୍ଦ ବେଳେ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି । ପ୍ରତିବାଦକାରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବେଶ ଧାରଣ କରି ଶଗଡ଼ ଗାଡ଼ିରେ ସହର ପରିକ୍ରମା କରିଛନ୍ତି । ଆଜି ଓଡ଼ିଶା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଥିବା ବେଳେ ତୈଳଦର ସହ ଏଲପିଜି ଦାମ ବୃଦ୍ଧି ଘଟିଛି ।

Leave A Reply

Your email address will not be published.