Latest Odisha News

BREAKING NEWS

ଚେନ୍ନାଇ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଭାରତର ଟପ୍ ଅର୍ଡର ଫେଲ୍, ଗଲାଣି ୫ଟି ଓ୍ୱିକେଟ

ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ । ଜଣଙ୍କ ପରେ ଜଣେ ବ୍ୟାଟ୍ସ ମ୍ୟାନ୍ ପାଭିଲନ୍ ଫେରୁଛନ୍ତି । ଗତକାଲିର ଅସମାପ୍ତ ଗୋଟିଏ ଓ୍ୱିକେଟରେ ୫୪ରନରୁ ତୃତୀୟ ଦିନ ଖେଳ ଆରମ୍ଭ କରିଥିଲା ଭାରତ । ପ୍ରଥମେ ରନ୍ ଆଉଟ୍ ହୋଇଥିଲେ ଚେତେଶ୍ୱର ପୂଜାରା । ପରେ ପରେ ପ୍ରଥମ ଇନିଂସର ହିରୋ ହିଟମ୍ୟାନ୍ ରୋହିତ ଶର୍ମା ୨୬ ରନ୍ କରି ଆଉଟ୍ ହୋଇଥିଲେ ।

ପୂଜାରା ଓ ରୋହିତଙ୍କ ପରେ ରିଷଭ ପନ୍ଥ ଓ ଆଜିଙ୍କ୍ୟ ରାହାଣେ ବି ବେଶୀ ସମୟ ତିଷ୍ଠି ପାରିଲେ ନାହିଁ । ଶହେ ଭିତରେ ୫ଟି ଓ୍ୱିକେଟ ହରାଇଛି ଟିମ୍ ଇଣ୍ଡିଆ । ଏବେ ପାଖାପାଖି ୩ଶହ ରନ୍ ଲିଡ୍ ଦିଗରେ ବଢୁଛି ଭାରତ । ପ୍ରଥମ ଇନିଂସରେ ଦଳ କରିଥିଲା ୩୨୯ରନ୍ । ସେହିପରି ଇଂଲଣ୍ଡ ପ୍ରଥମ ଇନିଂସରେ ୧୩୪ରନରେ ଅଲ୍ ଆଉଟ୍ ହୋଇଥିଲା ।

Leave A Reply

Your email address will not be published.