Latest Odisha News

BREAKING NEWS

ଆଜି ଅପରାହ୍ନରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ

ପୁରୀ: ଆଜି ଅପରାହ୍ନରେ ପୁରୀରେ ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ଚତୁପାର୍ଶ୍ୱ ଐତିହ୍ୟ କରିଡର ଓ ସୁରକ୍ଷା ଜୋନ ଯୋଜନାର ଚୁଡାନ୍ତ ପ୍ଲାନକୁ ଅନୁମୋଦନ କରାଯାଇପାରେ ।ଏଥିସହ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପାଇଁ ମଧ୍ୟ ବିଚାରବିମର୍ଶ ପରେ ନିଷ୍ପତ୍ତି ନିଆଯିବ ।

ବର୍ତ୍ତମାନ ପରିଚାଳନା କିମିଟିର ଏହା ଶେଷ ବୈଠକ । ଶ୍ରୀମନ୍ଦିର ନେଇ ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହାର ବାବଗରେ ବି ଆଲୋଚନା ହୋଇପାରେ । ଏହାସହ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରିଚାଳନା କମିଟି ଆଲୋଚନା କରିବା ନେଇ ସୂଚନା ମିଳିଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ରହିବେ ।

Leave A Reply

Your email address will not be published.