Latest Odisha News

BREAKING NEWS

ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା ପଦ ରଦ୍ଦ ପ୍ରତିବାଦରେ ଓଡ଼ିଶାରେ କଂଗ୍ରେସର ସତ୍ୟାଗ୍ରହ

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ନେଇ ସାରା ଦେଶରେ କଂଗ୍ରେସ ପ୍ରତିବାଦ କରିଛି । ଏହି ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ କରାଯାଇଛି ଦିନିକିଆ ସତ୍ୟାଗ୍ରହ । ଆଜି ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ନାଲକୋ ଛକଠାରେ ଗାନ୍ଧୀ ମୈଦାନରେ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ସକାଳ ୧୦ ଘଟିକାର ୫ ଘଟିକା ପର୍ଯ୍ୟନ୍ତ ସତ୍ୟାଗ୍ରହ କରାଯାଇଥିଲା ।

ସତ୍ୟାଗ୍ରହରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ଶରତ ରାଉତ, ଯୁଧିଷ୍ଠୀର ଜେନା, ବିଜୟ ପଟ୍ଟନାୟକ, ରବିନ୍ଦ୍ର ମଲ୍ଲିକ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, କିଶୋର ଜେନା, ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ବନ୍ଦିତା ପରିଡ଼ା, ୟାସିର ନୱାଜ, ସ୍ମୃତିରଞ୍ଜନ ଲେଙ୍କା, ମାନସ ଆଚାର୍ଯ୍ୟ, ପ୍ରକାଶ ଜେନା, ରଜନୀ ମହାନ୍ତି, ଶ୍ରୀନିବାସ ରାଉତରାୟ ପ୍ରମୁଖ ସାମିଲ୍ ହୋଇଥିଲେ ।

Comments are closed.