Latest Odisha News

BREAKING NEWS

ଦର ବୃଦ୍ଧିକୁ ବିରୋଧ କରି ରାଜଧାନୀରେ କମ୍ ଦରରେ କଂଗ୍ରେସର ପିଆଜ ବିକ୍ରି

ଭୁବନେଶ୍ଵର: ରାଜଧାନୀରେ ପିଆଜ ଦର ୪୦ ଟଙ୍କା । ନାଇଁ ଆଜ୍ଞା କୌଣସି ଦୋକାନରେ ନୁହେଁ। କଂଗ୍ରେସ ପକ୍ଷରୁ ରାଜଧାନୀରେ ପିଆଜ କିଲୋ ପିଛା ୪୦ ଟଙ୍କାରେ ବିକ୍ରି କରାଯାଇଛି।

ପିଆଜ ଦର ବୃଦ୍ଧି ପାଇ ଅନେକ ସ୍ଥାନରେ ଏହା ୧୦୦ ଟଙ୍କା ଛୁଇଁଛି। ରାଜଧାନୀ ବଜାରରେ ମଧ୍ୟ ପିଆଜ ଦର ୧୦୦ ଟଙ୍କାରେ ପହଞ୍ଚିଛି। ଏହାକୁ ପ୍ରତିବାଦ କରି ସୋମବାର ଦିନ କଂଗ୍ରେସ ପକ୍ଷରୁ ରାଜଧାନୀରେ ପିଆଜ ବିକ୍ରି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ଛକ ମଧ୍ୟରେ କିଲୋ ପ୍ରତି ୪୦ ଟଙ୍କା ଦରରେ ପିଆଜ ବିକ୍ରି କରିଛନ୍ତି କଂଗ୍ରେସ ନେତା ଓ ସଦସ୍ୟମାନେ । ଗ୍ରାହକଙ୍କ ପିଛା ୨୫୦ ଗ୍ରାମ ପିଆଜ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି ।

Comments are closed.