Latest Odisha News

ଟ୍ରେନରୁ ଖସି ପଡ଼ିଲେ ବ୍ୟକ୍ତି, ଦେବଦୂତ ସାଜି ଭିଡ଼ି ଆଣିଲେ କନଷ୍ଟେବଳ

କଟକ: କଟକ ରେଳ ଷ୍ଟେସନରେ ଗୁରୁବାର ଦିନ ଜଣେ ବ୍ୟକ୍ତିଙ୍କ ପାଇଁ ଦେବଦୂତ ସାଜିଛନ୍ତି କନଷ୍ଟେବଳ ଟୁଲୁ ବେହେରା। ଜଣେ ୪୪ ବର୍ଷୀୟ ଯାତ୍ରୀଙ୍କୁ ଚଳନ୍ତା ଟ୍ରେନରୁ ଖସି ପଡ଼ିବାରୁ ରକ୍ଷା କରିଥିଲେ।

ସୂଚନା ଅନୁଯାୟୀ, ଘଟଣାଟି ସକାଳ ୮.୦୫ ସମୟରେ ଘଟିଥିଲା। ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରର ମିର୍ଜାପୁରର ଏମଡି ମୁଜାହିର କନ୍ୟାକୁମାରୀ-ଡିବ୍ରୁଗଡ଼ ଏକ୍ସପ୍ରେସରେ ଚଢ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ ହଠାତ୍ ଗୋଡ ଖସିଯିବାରୁ ସେ ତଳକୁ ଖସିପଡ଼ିଥିଲେ।

ସେହି ସମୟରେ କର୍ତ୍ତବ୍ୟରତ କନଷ୍ଟେବଳ ତୁରନ୍ତ lକିଛି ସେକେଣ୍ଡ ମଧ୍ୟରେ ଯାତ୍ରୀଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଠିକ୍ ସମୟରେ ଟାଣି ଆଣିଥିଲେ, ଯାହା ଫଳରେ ଏକ ସମ୍ଭାବ୍ୟ ଦୁର୍ଘଟଣା ଏଡାଇ ଯାଇଥିଲା। ନଚେତ୍ ସେ ଟ୍ରେନ୍ ଚକ ମଧ୍ୟରେ ଚାପି ହୋଇଯାଇଥାନ୍ତେ।

ତାଙ୍କର ସାହସିକ କାର୍ଯ୍ୟକୁ ପ୍ରଶଂସା କରି ଓଡ଼ିଶା ଡିଜିପି ୱାଇ ବି ଖୁରାନିଆ ତାଙ୍କ ପାଇଁ ୨୫୦୦ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଉପକୂଳ ସୁରକ୍ଷା ଏବଂ ରେଳବାଇ ଏଡିଜି ଅରୁଣ ବୋଥ୍ରା ମଧ୍ୟ କନଷ୍ଟେବଳଙ୍କ ସହ କଥା ହୋଇ ତାଙ୍କର ସାହସ ଏବଂ ଉପସ୍ଥିତ ବୁଦ୍ଧି ପାଇଁ ତାଙ୍କୁ ପ୍ରଶଂସା କରିଥିଲେ।

 

Comments are closed.