Latest Odisha News

BREAKING NEWS

ରାଜ୍ୟରେ ଟିକେ କମିଛି ଶୀତ: ୧୦ ଡିଗ୍ରୀ ତଳେ ୭ଟି ସହରର ପାରଦ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି । ତେବେ ଗତକାଲି ଅପେକ୍ଷା ଆଜି ଶୀତ ସାମନ୍ୟ କମିଛି । ଆଜି ୭ଟି ସହରରେ ପାରଦ ୧୦ ଡିଗ୍ରୀ ସେଲସିୟସ୍ ଭିତରେ ରହଛି । ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ । ସେଠାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।

ଦାରିଙ୍ଗିବାଡ଼ିରେ ୬, ସୁନ୍ଦରଗଡ଼ରେ ୮, ଭବାନୀପାଟଣାରେ ୯, ଝାରସୁଗୁଡ଼ା ୯.୪, ବୌଦ୍ଧରେ ୯.୫ ଓ କୋରାପୁଟ ୯.୬ ଓ ବଲାଙ୍ଗିରରେ ପାରଦ ରହିଛି ୧୦ ଡିଗ୍ରୀ ସେଲସିୟସ୍ । ଏହି ସମୟରେ କଟକରେ ୧୨.୪ ଡିଗ୍ରୀ ଓ ଭୁବନେଶ୍ୱରରେ ରେକର୍ଡ ହୋଇଛି ୧୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା । ୩୧ତାରିଖ ଯାଏ ରାଜ୍ୟରେ ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.