Latest Odisha News

BREAKING NEWS

ଡ୍ରଗ୍ସ ମାଫିଆ ଲିଙ୍କରେ ପୋଲିସ ବାବୁ ଗିରଫ

ବାଲେଶ୍ୱର: ଡ୍ରଗ୍ସ ମାଫିଆ ଶେଖ୍ ରାଜା ଲିଙ୍କରେ କ୍ରାଇମବ୍ରାଞ୍ଚ ଟିମ୍ ଶନିବାର ଦିନ ସହଦେବଖୁଣ୍ଟା ସ୍ଥିତ ବିଚାରଗଞ୍ଜ ଫାଣ୍ଡିର କନେଷ୍ଟବଳଙ୍କୁ ଗିରଫ କରିଛି ।

ଅଭିଯୁକ୍ତଙ୍କ ନାମ ରଞ୍ଜନ ସାହୁ ଏବଂ ରାଜା ସହ ଲିଙ୍କ ଥିବା ଜଣାପଡିବା ପରେ ୨ ଦିନ ପୂର୍ବରୁ ବାଲେଶ୍ୱର ଏସପି ତାଙ୍କୁ ନିଲମ୍ବିତ କରିଥିଲେ ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୫ ତାରିଖରେ ଖଣ୍ଡଗିରି ଅଞ୍ଚଳରୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ ରାଜାକୁ ଗିରଫ କରିଥିଲା । ପରେ ଏହି ଡଗ୍ସ କିଙ୍ଗପିନ୍ ରାଜାକୁ ପଚରାଉଚରା ସମୟରେ ସେ ସୁରକ୍ଷା ପାଇଁ ଶ୍ରୀ ସାହୁଙ୍କୁ ଅର୍ଥରାଶି ଦେଉଥିବା ନେଇ କହିଛଥିଲା ।

Leave A Reply

Your email address will not be published.